ବିଜେଡିରେ ଅସନ୍ତୋଷ: ପାଣ୍ଡିଆନଙ୍କୁ ରାଜା ସ୍ୱାଇଁଙ୍କ ପରିହାସ, ଦେବାଶିଷଙ୍କ ଅଭିଯୋଗ !
ଭୁବନେଶ୍ୱର: ବିଜେଡିରେ ଆଭ୍ୟନ୍ତରୀଣ କଳହ ଦିନକୁ ଦିନ ଗାଢ଼ ହେବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ବଢ଼ିଥିବା ବେଳେ, ଦଳର ବରିଷ୍ଠ ନେତାମାନେ ପୂର୍ବତନ ବରିଷ୍ଠ ନେତା ଭି.କେ. ପାଣ୍ଡିଆନଙ୍କୁ ଖୋଲାଖୋଲି ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ଆଠଗଡ଼ର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା ସ୍ୱାଇଁ) ଏକ ଦଳୀୟ କାର୍ଯ୍ୟକ୍ରମରେ ଦେଇଥିବା ଭାଷଣରେ ପାଣ୍ଡିଆନଙ୍କୁ ବ୍ୟଙ୍ଗାତ୍ମକ ଭାବେ ତାଚ୍ଛଲ୍ୟ କରିଛନ୍ତି। ନବୀନଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ପାଣ୍ଡିଆନଙ୍କ…
