ଜନତାଙ୍କ ସହ ସରକାରଙ୍କ ସିଧାସଳଖ ଯୋଗାଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେଲା “ଆମ ଶାସନ” ବ୍ୟବସ୍ଥା, ଯାହା ନାଗରିକ ଓ ସରକାରଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ସହ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ଥିଲେ। “ଆମ ଶାସନ” ହେଉଛି ଏକ ଟେକ୍ନୋଲୋଜି-ସକ୍ଷମ ଯୋଗାଯୋଗ କେନ୍ଦ୍ର, ଯାହା ନାଗରିକଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା ପାଇଁ…

Read More

ଓଡ଼ିଶାରେ ବନ୍ୟା ପରିସ୍ଥିତି ସୁଧୁରିଛି : ସୁବର୍ଣ୍ଣରେଖା ଓ ବୈତରଣୀରେ ଖସୁଛି ପାଣି

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ସୁବର୍ଣ୍ଣରେଖା ନଦୀରେ ପାଣି ସ୍ତର ଖସୁଥିବାରୁ ରାଜଘାଟରେ ବିପଦ ସଂକେତ ଆଜି ସନ୍ଧ୍ୟା ସୁଦ୍ଧା ତଳକୁ ଆସିବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଭୋର ସମୟରେ ଏହା ସତର୍କ ସଂକେତ ତଳକୁ ଆସିବ। ଏହାର କାରଣ ହେଉଛି ଗତକାଲି ସୁବର୍ଣ୍ଣରେଖା ବେସିନ ଓ ଯାମସୋଲାଘାଟରେ ବେଶି ବର୍ଷା ହୋଇନାହିଁ। ସେହିପରି ବୈତରଣୀ ନଦୀରେ ଆଖୁଆପଦା ନିକଟରେ ପାଣି ବିପଦ ସଂକେତ ତଳକୁ ଆସିଛି। ନଦୀ…

Read More

ନବୀନଙ୍କ ସହିତ ସାକ୍ଷାତ: ରାମ-ଲକ୍ଷ୍ମଣ ତୁଳନା କଲେ ସୁର

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସରେ ପହଞ୍ଚିଥିଲେ କଂଗ୍ରେସ ନେତା ସୁର ରାଉତରାୟ। ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ଏବଂ ସୁର ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରିଥିଲେ। ଏହି ଅବସରରେ ସୁର ଦୁଇଟି ଫୁଲତୋଡ଼ା ନେଇ ଯାଇଥିଲେ ଏଵଂ ଗୋଟିଏ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଓ ଅନ୍ୟଟି ନବୀନଙ୍କୁ ଦେଇଥିଲେ। ସାକ୍ଷାତ ସମୟରେ ସୁର ରାଉତରାୟ ଏକ ମଜାଦାର ତୁଳନା କରିଥିଲେ। ସେ…

Read More

ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି:ଦାଦନ ରୋକିବାକୁ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ

ଭୁବନେଶ୍ୱର: ରାଜ୍ୟରେ ଦାଦନ ସମସ୍ୟାର ନିରାକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛନ୍ତି। ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଦାଦନ ଟାସ୍କଫୋର୍ସର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଶ୍ରମ ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଦାଦନ ଶ୍ରମିକ ସମସ୍ୟାର ସମାଧାନ…

Read More

ଚାଟ୍ ଜିପିଟି ନୂଆ ଅଧ୍ୟାୟ: ନୂଆଦିଲ୍ଲୀରେ ଓପନଏଆଇ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଚାଟଜିପିଟିର ମୂଳ ସଂସ୍ଥା ଓପନଏଆଇ ଭାରତରେ ନିଜର ପ୍ରଥମ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଖୋଲିବାକୁ ଯୋଜନା କରୁଛି। ଏହା ସହିତ ସଂସ୍ଥାଟି ଓଡ଼ିଶାର ଶୀଲାଦିତ୍ୟ ମହାନ୍ତିଙ୍କୁ ମାର୍କେଟିଂ ଲିଡ୍ ଭାବେ ନିଯୁକ୍ତ କରିଛି। ଶୀଲାଦିତ୍ୟଙ୍କ ପାଖରେ ନୋକିଆ, ମାଇକ୍ରୋସଫ୍ଟ ଏବଂ ମେଟା ଭଳି ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକରେ ୧୬ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ପୂର୍ବରୁ ସେ ମେଟାରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ମେଟା ଏଆଇ ଏବଂ ଫେସବୁକର ମାର୍କେଟିଂ ଲିଡ୍ ଭାବେ କାର୍ଯ୍ୟ କରିଥିଲେ।…

Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଯୋଜନା: ଆକ୍ରମଣକାରୀଙ୍କ ଖୁଲାସା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା କରିବା ପାଇଁ ଏକ ଭୟଙ୍କର ଯୋଜନାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜେଶ ଭାଇ ଖିମଜୀକୁ ଗିରଫ କରାଯାଇଥିବା ବେଳେ ସେ ପୁଲିସ ଅଧିକାରୀଙ୍କ ଆଗରେ ନିଜର ଅପରାଧ ସ୍ୱୀକାର କରିଛି। ଗତ ୨୦ ତାରିଖରେ ରେଖା ଗୁପ୍ତା ତାଙ୍କ ସରକାରୀ ବାସଭବନରେ ଜନଶୁଣାଣି କରୁଥିବା ବେଳେ ରାଜେଶ ଖିମଜୀ ତାଙ୍କୁ ଛୁରିରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ରାଜେଶ ଖିମଜୀ ପୁଲିସକୁ କହିଛି ଯେ,…

Read More

ଚୋରା ନିଶା କାରବାର ରୋକିବାକୁ ଉଚ୍ଚସ୍ତରୀୟ ବୈଠକ: ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ଗୁରୁତ୍ୱ, କ୍ୟାମ୍ପସ୍ ପାଖରେ କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଚୋରା ନିଶା କାରବାରକୁ ରୋକିବା ପାଇଁ ଲୋକସେବା ଭବନରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏଣିକି ଚାଲାଣକାରୀଙ୍କ ବଦଳରେ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ଗୁରୁତ୍ୱ ଦିଆଯାଇଛି। ଏହା ସହ କ୍ୟାମ୍ପସ୍ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧିବା ଏବଂ ବାହାରରୁ ଚୋରା ଚାଲାଣକୁ ରୋକିବା ଉପରେ ଆଲୋଚନା ହୋଇଛି। ବୈଠକରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍. କେ. ଶର୍ମା, କ୍ରାଇମ୍ ବ୍ରାଞ୍ଚ୍…

Read More

କଟକରେ ମେୟର ଓ ଜିଲ୍ଲାପାଳଙ୍କ ମଧ୍ୟରେ ନୂଆ ବିବାଦ

କଟକ: କ’ଣ ପାଇଁ ମେୟର ଓ କର୍ପୋରେଟର ଙ୍କୁ କରାଯାଇଛି ଅଣଦେଖା ? ଅଣଦେଖା ପଛର କାରଣ କ’ଣ? ରାଜନୈତିକ କାରଣ ନାଁ ଆଉ କିଛି ?କଟକ ମହାନଗର ନିଗମର ମେୟର ସୁବାସ ସିଂ ଓ ଜିଲ୍ଲାପାଳଙ୍କ ମଧ୍ୟରେ ନୂଆ ବିବାଦ ସାମ୍ନାକୁ ଆସିଛି। ମେୟର ସୁବାସ ସିଂ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କୁ ଏବଂ ସ୍ଥାନୀୟ କର୍ପୋରେଟରମାନଙ୍କୁ ଇଚ୍ଛାକୃତ ଭାବେ ଅଣଦେଖା କରାଯାଉଛି। ଏହି ଅଭିଯୋଗ କଟକରେ ରାଜନୈତିକ ଚର୍ଚ୍ଚାକୁ…

Read More

ନବୀନ ନିବାସରେ ରାଜ୍ୟପାଳ: ପଚାରିବୁଝିଲେ ସ୍ୱାସ୍ଥ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଥିବା ବେଳେ ରାଜ୍ୟପାଳ ହରିବାବୁ କମ୍ଭମପତି ନବୀନ ନିବାସ ଯାଇ ତାଙ୍କୁ ଭେଟିଛନ୍ତି ଓ ୨୦ ମିନିଟ୍ ଧରି ନବୀନଙ୍କ ସହିତ ଆଲୋଚନା କରିଛନ୍ତି |ଏହି ଭେଟଘାଟରେ ରାଜ୍ୟପାଳ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ଜଣାପଡ଼ିଛି। ନିକଟରେ ଡିହାଇଡ୍ରେସନ୍ କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିବା ନବୀନ ପଟ୍ଟନାୟକ…

Read More

୧୩ ଦିନ ଧରି ରାଜସ୍ୱ କର୍ମଚାରୀଙ୍କ ଆନ୍ଦୋଳନ: ମନ୍ତ୍ରୀଙ୍କ ଅଟଳ ମନୋଭାବ ନେଇ ପିସିସିର କଡ଼ା ସମାଲୋଚନା

ଭୁବନେଶ୍ୱର: ଓଡ଼ିଶାରେ ରାଜସ୍ୱ କର୍ମଚାରୀମାନେ ନିଜ କ୍ୟାଡର ପୁନର୍ଗଠନ, ପଦୋନ୍ନତି, ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ନେଇ ଗତ ୧୩ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଜନସାଧାରଣଙ୍କ ଜରୁରୀ ରାଜସ୍ୱ ସେବା ବାଧାପ୍ରାପ୍ତ ହେଉଛି। ଓଡ଼ିଶା ରାଜସ୍ୱ ଅମଲା ସଂଘ ଅଧୀନରେ ୩୦ଟି ଜିଲ୍ଲାରେ ୧୦,୦୦୦ରୁ ଅଧିକ କର୍ମଚାରୀ ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ…

Read More