ଭିଜିଲାନ୍ସ ଜାଲରେ ବୋରିଗୁମ୍ମାର ତହସିଲ ଏଆରଆଇ

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ । ଘର ସହ ଏକାସାଙ୍ଗେ ୮ଟି ଠିକଣାରେ ଚାଲିଛି ଭିଜିଲାନ୍ସର ଚଢାଉ ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ ।ଏକାସାଙ୍ଗ ଭିଜିଲାନ୍ସ ଟିମ୍ ୮ଟି ଠିକଣାରେ କରୁଛି ରେଡ୍ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ବାସଭବନ, ଅଫିସ , ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ, ସଂପର୍କୀୟଙ୍କ ଘର ରହିଛି । ବର୍ତ୍ତମାନ ଯାଏଁ ଏହି ଚଢାଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଅନୁମାନ କରାଯାଉଛି ।