ଟ୍ୟାଙ୍କରେ ବୋମା ବିସ୍ଫୋରଣ; ଓଡ଼ିଆ ଯବାନ ସହିଦ୍

ଫାୟାରିଙ୍ଗ ଅଭ୍ୟାସ ବେଳେ ହଠାତ୍ ଟ୍ୟାଙ୍କରେ ବୋମା ବିସ୍ଫୋରଣ ହେବ ଫଳରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଥିବା ଖବର ଜଣାପଡିଛି। ସେ ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ବୋଡାଗୁଡା ଗାଁର ଯବାନ ଈଶ୍ବର ତଲିଆ।
ଜମ୍ମୁରେ କାର୍ଯ୍ୟରତ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟ ଈଶ୍ୱର ତଲିଆଙ୍କ ଫାୟାରିଙ୍ଗ ବେଳେ ଟ୍ୟାଙ୍କରେ ବୋମା ବିସ୍ଫୋରଣ ହୋଇ ସହିଦ୍ ହୋଇଯାଇଛନ୍ତି ।ରାଜସ୍ଥାନର ଫକରନ୍ ରେଞ୍ଜରେ ଫାୟାରିଙ୍ଗ ଅଭ୍ୟାସ କରିବା ପାଇଁ ଯାଇଥିଲେ । ଅଭ୍ୟାସ ବେଳେ ହଠାତ ଟ୍ୟାଙ୍କରୁ ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ.ଡି. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି.ଜିତେନ୍ଦ୍ର କୁମାର ସହିଦ୍ ହୋଇଥିବା ବେଳେ ଓଡ଼ିଆ ଯବାନ ଈଶ୍ବର ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଯବାନ ଈଶ୍ୱରଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ସହିଦ୍ ହୋଇଯାଇଥିଲେ ଈଶ୍ବର ।