ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ମିଳୁଛି ଭତ୍ତା !

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି। କେବଳ ସେତିକି ନୁହେଁ ମାସିକ ଭତ୍ତା ବାବଦକୁ ତାଙ୍କୁ ମିଳୁଛି ୧୦୦୦ ଟଙ୍କା। କଥାଟା ଶୁଣି ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ସନ୍ନି ଲିଓନିଙ୍କ ନାଁରେ ପ୍ରତି ମାସରେ ଟଙ୍କା ଉଠାଉଥିଲେ ଠକ। ଆର୍ଟିଓ ଜରିଆରେ ଏହି ମାମଲାର ଖୁଲାସା ହୋଇଛି।

ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଏବେ ଫ୍ରିଜ୍ କରାଯାଇଛି।ପ୍ରକୃତରେ ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦିଅନ୍ତି। ତେବେ ଏହାର ଲାଭ ଉଠାଇବା ପାଇଁ ଜଣେ ବ୍ୟକ୍ତି ସନ୍ନି ଲିଓନିଙ୍କ ନାଁରେ ଏକ ଆକାଉଣ୍ଟ ଖୋଲିଥିଲେ। ଏଥିରେ ତାଙ୍କ ସ୍ୱାମୀଙ୍କ ନାମ ଜନ୍ ସିନା ରଖିଥିଲେ, ଯିଏକି ଜଣେ ଆଡଲ୍ଟ ଷ୍ଟାର୍।

କେବଳ ସେତିକି ନୁହେଁ ଅଭିଯୁକ୍ତ ଜଣକ ଜାଲିଆତି କରି ଜଣେ ମହିଳାଙ୍କ ଆଧାର କାର୍ଡ ନେଇଯାଇଥିଲେ ଏବଂ ଏହି ଆକାଉଣ୍ଟକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡିଥିଲେ। ଏହିପରି ଅଭିଯୁକ୍ତ ପ୍ରତି ମାସରେ ୧୦୦୦ ଟଙ୍କା ପାଇବା ଆରମ୍ଭ କରିଥିଲେ। ଛତିଶଗଡରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଏବଂ ଅବହେଳା ଯୋଗୁଁ ୧୦ ଧରି ସେ ଏହାର ଲାଭ ଉଠାଇଥିଲେ। ପରେ ଜଣେ ଆର୍ଟିଓ କର୍ମଚାରୀ ଏହାର ଖୁଲାସା କରିଛନ୍ତି। ଏବେ ପୁଲିସ ତାଙ୍କ ଆକାଉଣ୍ଟକୁ ସିଜ୍ କରିଛି।

ଅଭିଯୁକ୍ତ ଜଣକ ହେଲେ ବସ୍ତର ଜିଲ୍ଲାର ତାଲୁର ଗାଁ ବାସିନ୍ଦା ବିରେନ୍ଦ୍ର ଯୋଶୀ। ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବସ୍ତର କଲେକ୍ଟର ହରିସ୍ ଏସ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀମାନଙ୍କୁ ମହତାରି ବନ୍ଦନ ଯୋଜନାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଏବଂ ଏଫ୍ଆଇଆର୍ ରୁଜୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ରବିବାର ବିରେନ୍ଦ୍ର ଯୋଶୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *