ଠାକୁରାଣୀ ଆସିବା ନାଁ ରେ ଯୁବତୀକୁ ଉଲଗ୍ନ କରି ପିଟିଲେ ମହିଳା!
ଯାଜପୁର: ଯୁବତୀଙ୍କ ଦେହକୁ ଆସିଛନ୍ତି ଠାକୁରାଣୀ, ଯନ୍ତ୍ରଣା ଦେଲେ ହିଁ ଠାକୁରାଣୀ ଦେହରୁ ଚାଲିଯିବେ | କିଛି ଏଭଳି ଅନ୍ଧବିଶ୍ୱାସର ଶିକାର ହୋଇ ଯୁବତୀଙ୍କୁ ଅକଥନିୟ ଅତ୍ୟାଚାର କରିଛନ୍ତି ଗ୍ରାମବାସୀ | ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହି ଲୋମହର୍ଷକ ଘଟଣା ବାବଦରେ ଜଣାପଡିଛି |
ମିଳିଥିବା ସୂଚନା ମୁତାବକ ଯାଜପୁର ଜ଼ିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ପଂଚାୟତ ପନ୍ତୁରି ଗ୍ରାମରେ ରାଣୀ ନାମକ ଝିଅର ଦେହ ଖରାପ ଥିବାରୁ ସ୍ଥାନୀୟ ମନି ତାରିଣୀ ଠାକୁରାଣୀଙ୍କ ପାଖକୁ ପୂଜା କରିବାକୁ ଆସେ।ତେବେ ରସୁଲପୁର ଅଞ୍ଚଳର ମହିଳା ସେଠାକୁ ଯାଇଥିବା ବେଳେ ତା ଦେହରେ ଠାକୁରାଣୀ ଆସିବା ନେଇ କହିଥିଲେ |
ଏହାପରେ ଗ୍ରାମର କିଛି ବ୍ୟକ୍ତି ଯୁବତୀକୁ ଉଲଗ୍ନ କରି ଗାଁ ରାସ୍ତାରେ ନିର୍ମମ ଭାବେ ପିଟି ଚାଲିଥିଲେ । ଏହି ଖବର ପୁଲିସ ପାଖରେ ପହଂଚିବା ପରେ ପୁଲିସ ମାଡ଼ ମାରିଥିବା ମହିଳା ଓ ଠାକୁରାଣୀଙ୍କୁ ନୀତିଦିନ ପୂଜା କରୁଥିବା ମହିଳାଙ୍କୁ ଅଟକ ରଖିଛନ୍ତି। ମହିଳା ମାଡ଼ରେ ଯୁବତୀ ଜଣକ କ୍ଷତାକ୍ତ ହେବା ସହ ଅସୁସ୍ଥ ହୋଇ ପଡିଛନ୍ତି|
