ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ

ସଂସଦ ଭିତରେ ଶିଡ଼ିରୁ ପଡ଼ିଯାଇ ଆହତ ହୋଇଛନ୍ତି ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ ପ୍ରତାପ ଏହି ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ଆଚରଣ ନେଇ ଏବେ ପ୍ରଶ୍ନ ଉଠିଛି।

ଗୁରୁବାର ସଂସଦ ଭିତରେ ପ୍ରତାପ ଶିଡ଼ିରେ ଯାଉଥିବାବେଳେ ହଠାତ ତଳେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଥିଲା। ପ୍ରତାପଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ବାହାରକୁ ଆସିବା ପରେ କିପରି ପଡ଼ିଲେ ବୋଲି ପ୍ରତାପଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ପ୍ରତାପ କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କୁ ଠେଲିଦେଲେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *