ଦିଲ୍ଲୀ ମହାଲଢେଇ : ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ, ଆପର ତିନି ବଡ ନେତା ପଛରେ

ଦିଲ୍ଲୀ ମହା ଲଢେଇ । ବର୍ତ୍ତମାନ ସୁଦ୍ଧା ଆଗରେ ରହିଛି ବିଜେପି । ଦିଲ୍ଲୀରେ କିଏ ଗଢିବ ସରକାର? କାହା ହାତକୁ ଯିବ ଦିଲ୍ଲୀ ଆସନ? କାହାର ଫିଟିବ ଭାଗ୍ୟ ? ଏହି ସବୁ ପ୍ରଶ୍ନର ଉତ୍ତର ଆଜି ସ୍ପଷ୍ଟ ହୋଇଯିବ । ଚାଲିଛି ଭୋଟ ଗଣତି, ଆସିବାରେ ଲାଗିଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଟ୍ରେଣ୍ଡ ।
ଦି

ଲ୍ଲୀରେ ବିଜେପି ପାରିକରିସାରିଛି ବହୁମତ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି । ୭୦ ଅସନରୁ ୪୪ ଆସନ ହାତେଇଲାଣି ବିଜେପି । ପଛରେ ପଡିଛି ଆପ୍ । କଂଗ୍ରେସ ନିରାଶ । ଖାତା ଖୋଲିଲେନି ଅନ୍ୟାନ୍ୟ।

ଅନ୍ୟପଟେ ଆପର ୩ ବଡ ନେତା ଅରବିନ୍ଦ କେଜ୍ରିୱାଲ, ଆତିଶୀ ମାର୍ଲେନା ଓ ମନୀଷ ସିସୋଦିଆ ଗଣତିର ପ୍ରଥମ ପର୍ଯ୍ୟାୟରେ ପଛରେ ପଡିଥିବା ସୂଚନା ମିଳିଛି ।
ତେବେ ଯଦି ଆମେ ଏଗଜିଟ୍ ପୋଲ କଥା କହିବା ତାହେଲେ, ଫଳାଫଳ ପୂର୍ବରୁ ଏଗଜିଟ ପୋଲ ଯେଉଁ ତଥ୍ୟ ଦେଉଛି, ସେଥିରେ ବିଜେପି ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ । କିନ୍ତୁ ନିକଟ ଅତୀତରେ ଏଗଜିଟ ପୋଲ ଏଗଜାଟରେ ପରିଣତ ହୋଇନଥିବା ଦେଖିବାକୁ ମିଳିଛି । ଏଗଜିଟ ପୋଲ ଆକଳନ ଯଦି ସତ ହୁଏ, ତାହେଲେ ବିଜେପି ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ ଯାଉଛି । ଅନ୍ୟପଟେ ଭୁଲ ପ୍ରମାଣିତ ହେଲେ, ଆପ ଚତୁର୍ଥ ଥର ସରକାର ଗଢ଼ିବ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ଗୋଟିଏ ପର୍ଯ୍ୟାୟରେ ମତଦାନ ଫେବୃଆରୀ ୫ ତାରିଖରେ ହୋଇଥିଲା । ମୋଟ ୬୦.୫୪ ପ୍ରତିଶତ ହୋଇଛି । ନିର୍ବାଚନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ବାଜିରେ ଲାଗିଛି ।

Leave a Reply

Your email address will not be published. Required fields are marked *