ଭୋଟ ଚୋରି ପ୍ରସଙ୍ଗକୁ ନେଇ କଂଗ୍ରେସ ସହ ସ୍ୱର ମିଶାଇଲା ବିଜେଡି
ନୂଆଦିଲ୍ଲୀ: ଭୋଟ ଚୋରି ପ୍ରସଙ୍ଗକୁ ନେଇ ଏବେ ରାଜନୀତି ସରଗରମ ହୋଇଥିବାବେଳେ ଏହାକୁ ନେଇ ବିଜେଡି ନିଜର ମତ ରଖିଛି | ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି ଯେ ଭୋଟ ଚୋରି ନୁହଁ ଭୁଲ ହୋଇଛି। ଭୋଟର ତାଲିକା, ଫର୍ମ ୧୭ସିରେ ଦିଆଯାଇଥିବା ତଥ୍ୟରେ ତାଳମେଳ ନଥିବା ସନ୍ଦେହ ଦେଖାଦେଉଛି। ଓଡ଼ିଶା ନିର୍ବାଚନ ଫଳକୁ ନେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି। କଂଗ୍ରେସ ଯାହା ଦାବି କରୁଛି ଆମେ ଏହାକୁ ଆଠ ମାସ ତଳୁ କହିସାରିଛୁ । ନିର୍ବାଚନ କମିଶନଙ୍କୁ ବିଜେଡ଼ି ଅବଗତ କରିସାରିଛି। ଏହାପରେ ଆମେ ଆଇନ୍ଗତ ପଦକ୍ଷେପ ନେଉଛୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୩୦ପ୍ରତିଶତ ଭୋଟରେ ଚଞ୍ଚକତା କରାଯାଇଛି।କେମିତି ରାତି ୧୧ପରେ ୧୦ପ୍ରତିଶତ ଭୋଟ ଦିଆଯାଇଛି | ବିଜେଡି ନେତା କହିଛନ୍ତି ଯେ ଆମକୁ ତଥ୍ୟ ଦିଆଯାଉ ବୋଲି ମାଗିଥିଲୁ କିନ୍ତୁ ନିର୍ବାଚନ କମିଶନଙ୍କ ଅଫିସରୁ କୌଣସି ଉତ୍ତର ଆସିଲା ନାହିଁ ।
ଖାଲି କହିଲେ କି ଯାହା କରିବାର ଅଛି କରନ୍ତୁ । ଫର୍ମ ୭୦ସି ଆମର ହକ୍ କିନ୍ତୁ ଆମକୁ ଦିଆଯାଉ ନାହିଁ । ତେଣୁ ଆମେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ । ଯଦି ସେଠି ନ୍ୟାୟ ନ ମିଳିବ ତେବେ ଆମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବୁ । ଏହା କେମିତି ସମ୍ଭବ ହେଲା ସନ୍ଧ୍ୟା ସମୟରେ ଭୋଟ ବଢ଼ିଗଲା । ୨୦୨୪ ଡ଼ିସେମ୍ବରରୁ ଆମେ ଇସିଆଇଙ୍କ ଦ୍ବାରସ୍ଥ ହୋଇ ଆସୁଛୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚଞ୍ଚକତା ଅଧିକ ହୋଇଛି । ୩୦ପ୍ରତିଶତ ଭୋଟ କେମିତି ବଢ଼ିଗଲା । ୧୦ପ୍ରତିଶତ ଲୋକ କେମିତି ରାତି ୧୧ଟା ପରେ ଯାଇ ଭୋଟ ଦେଲେ ତାହାର ଉତ୍ତର ରଖନ୍ତୁ। ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳି ଉପରେ ପ୍ରଶ୍ନ ଉଠୁଛି। ଲୋକମାନଙ୍କ ବିଶ୍ୱାସ ଭାଙ୍ଗିଛନ୍ତି ନିର୍ବାଚନ କମିଶନ। ଭୋଟ ଚୋରିକୁ ନେଇ ହାଇକୋଟରେ ମାମଲା ରୁଜୁ କରିଛି କଂଗ୍ରେସ । ଗଣତିରେ ତ୍ରୁଟି କରି ଭୋଟ ଚୋରି ହୋଇଛି । ଆମେ ସେଥିପାଇଁ ସ୍ବତନ୍ତ୍ର ଅଡିଟ କରିବାକୁ ଦାବି କରୁଛୁ। ଅନ୍ୟ ବିରୋଧୀ ଦଳଙ୍କ ଅଭିଯୋଗ ନୁହେଁ । ମେସିନ, ଇଲୋକ୍ଟ୍ରାଲ ରୋଲ , ୭୦ସି ଏହି କାରଣ ହୋଇଥିବ ଭୋଟ ହେରଫେରର କାରଣ ।
