ବିଜୁ ଜନତା ଦଳ ର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ

ଆଜି ଶଙ୍ଖ ଭବନ ରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି।
ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଗଣତନ୍ତ୍ର ରେ ହାରଜିତ ରହିଛି।କିନ୍ତୁ କିଛି ଲୋକ ଓ କିଛି ଦଳ ଏଵେ ବିଜୁ ଜନତା ଦଳ କୁ ନେଇ ଅପପ୍ରଚାର କରୁଛନ୍ତି। ବିଜୁ ଜନତା ଦଳ ଭାଙ୍ଗି ଯିବ ଇତ୍ୟାଦି ନାନା ଗୁଜବ ମଧ୍ୟ ସୃଷ୍ଟି କରା ଯାଉଛି। କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଓଡ଼ିଶବାସୀଙ୍କ ଦଳ। ସାଢେ ଚାରି କୋଟି ଓଡିଶା ବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ। ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶା ବାସୀଙ୍କ ସ୍ୱର ହୋଇ ରହିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ।

ବିଜୁ ଜନତା ଦଳ କୁ ଏକ ସଫଳ ଆଞ୍ଚଳିକ ଦଳ ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୧୯୯୭ ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶ ରେ ଓଡିଶା ବାସୀଙ୍କ ସେବା କରିଚାଲିଛି. ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶା ର ବିକାଶ ଇତିହାସ ସୁବର୍ଣ୍ଣ ଯୁଗ। ଦାରିଦ୍ର୍ୟ,କ୍ଷୁଧା,ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ିଛୁ।ସଫଳ ମଧ୍ୟ ହୋଇଛୁ।ଓଡିଶା କୁ ନୂଆ ପରିଚୟ ଦେଇଛୁ।ମା ମାନଙ୍କୁ ସଶକ୍ତ କରିଛୁ।ଚାଷୀଙ୍କ ରୋଜଗାର ଵୃଦ୍ଧି କରିଛୁ। BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟ କୁ ପୁଞ୍ଜି ଆଣିଛୁ। ଯୁବ ସମାଜ କୁ ନିଯୁକ୍ତି ଦେଇଛୁ। ଓଡିଶା କୁ ବିଜେଡି ସରକାର ନୂଆ ପରିଚୟ ଦେଇଛି।
ବର୍ତ୍ତମାନ ର ବିଜେପି ସରକାର ର କାମ ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ରେ ଏଵେ ଡବଲ ଇଞ୍ଜିନ ସରକାର ଚାଲିଛି।କିନ୍ତୁ ବିକାଶ କାହିଁ? ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ଏଵେ ଚାଷୀ କୁ ସାର ମିଳୁନି।ମଣ୍ଡି ଖୋଲୁନି। ମିଶନ ଶକ୍ତି ମା ମାନେ ହଇରାଣ। ଯୁବ ସମାଜ ହତାଶ।ଗତ ଅଠର ମାସ ରେ ଅଠର ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ leak ହେଲାଣି। law and order କଥା ନ କହିବା ଭଲ। ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି।ଏପରିକି ଛୋଟ ଛୋଟ ଝିଅ ମାନେ ମଧ୍ୟ ନିରାପଦ ନୁଁହନ୍ତି।ରାଜ୍ୟ ରେ ଏକ ସରକାର ଥିବା ପରି ଅନୁଭବ ହେଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ।

ଯୁବ ସମାଜ କୁ ଦଳ ର ଅମୂଲ୍ୟ ସମ୍ପତ୍ତି ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେବା, ସଂଗ୍ରାମ ଓ ସ୍ୱାଭିମାନ ବିଜେଡି ର ମନ୍ତ୍ର। ବିକାଶ ଆମର ପରିଚୟ।ତେଣୁ ବିଜେଡି ର ଯୁବ ବନ୍ଧୁ ମାନେ social media ରେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାର ର ଫଳପ୍ରଦ ମୁକାବିଲା କରିବାକୁ ବିଜେଡି ସଭାପତି ଆହ୍ୱାନ ଜଣାଇଥିଲେ।

ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଦଳ ର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀ ମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି।ତେଣୁ ବର୍ତ୍ତମାନ ର ଆହ୍ୱାନ କୁ ଭବିଷ୍ୟତ ପାଇଁ ସୁଯୋଗ ରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *