୧୧ ମାସ ପରେ ଖୋଲିଲା ବିରଜା ହାଟ

ବହୁ ବାଦ ବିବାଦ ପରେ ଶେଷରେ ୧୧ ମାସ ପରେ ଖୋଲିଲା ଯାଜପୁର ବିରଜା ହାଟ । ଶାନ୍ତିଶୃଙ୍ଖଳା ଲାଗି ହାଟରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି । ୨୦୦ରୁ ଅଧିକ ଚାଷୀ ଓ ବ୍ୟବସାୟୀ ଆରମ୍ଭ କରିଛନ୍ତି ବେପାର । ଆଜି ପ୍ରଥମ ଦିନରେ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଖୋଲିଛି ବିରଜା ହାଟ।ହାଟ ବିବାଦ ସମାଧାନ ପାଇଁ କିଛି ଦିନ ତଳେ ବୈଠକ ବସିଥିଲା । ପୁରୁଣା ସ୍ଥାନ ବିରଜା ମନ୍ଦିର ନିକଟରେ ହାଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ ।

ପ୍ରକାଶ ଯେ, ଗତ ଜାନୁଆରୀ ୧୯ ତାରିଖରେ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ ବିରଜା ହାଟକୁ ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ପୁରୁଣା ଜାଗା ଅର୍ଥାତ୍ ମନ୍ଦିର ନିକଟ ହାଟକୁ ଫେରିବା ପାଇଁ ଦାବି କରିଥିଲେ ବ୍ୟାବସାୟୀ । ଯାହାକୁ ନେଇ ବିଧାୟକଙ୍କ ଉପରେ ଆକ୍ରମଣ ଓ ଥାନା ଘେରାଉ କରିଥିଲେ ବ୍ୟବସାୟୀ । ଏହାର ସମାଧାନ ପାଇଁ ପ୍ରଶାସନ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିବା ପରେ ହାଟକୁ ନେଇ ଲାଗି ରହିଥିବା ବିବାଦ ଉପରୁ ପୂର୍ଣ୍ଣଛେଦ ପଡ଼ିଛି । ପୁରୁଣା ଜାଗାକୁ ଫେରିଛି ହାଟ ।

Leave a Reply

Your email address will not be published. Required fields are marked *