ଦୂର୍ଜପୂଜା ପାଇଁ ବିଏମସିର ବଡ଼ ନିଷ୍ପତି
ଭୁବନେଶ୍ୱର : ପୂଜା ମେଲୋଡିରେ ହୋଇପାରିବନି ଅଶ୍ଳୀଳ ନୃତ୍ୟ। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ପୂଜାରେ ପାର୍କିଂକୁ ଗୁରୁତ୍ୱ ଦିଆଯିବ। ପାର୍କିଂ ନଥିଲେ ପଡିବନି ମିନା ବଜାର। ରାବଣ ପୋଡି ପାଇଁ ମିଳିବନି ଅନୁମତି।
ଏଥର ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜା କମିଟି। ସବୁ ଭସାଣି ସ୍ଥାନରେ ଖୋଲିବ କଣ୍ଟ୍ରୋଲ ରୁମ। ପୂଜା ପେଣ୍ଡାଲରେ ନିଶାକୁ ନା’ ର ସଚେତନତା ଵାର୍ତ୍ତା ବାଣ୍ଟିବ ପୋଲିସ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ସେଗୁଡ଼ିକର ମରାମତିକୁ ଗୁରୁତ୍ୱ ଦିଆଯାଇଛି।
ରାସ୍ତା ଖରାପ ନେଇ PWD ର ବିଭାଗୀୟ ଅଧିକାରୀଙ୍କୁ କମିଶନର ତାଗିଦ କରିଛନ୍ତି। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଡେଡ଼ଲାଇନ ଦେଇଛନ୍ତି। ଖାଲଖମା ମରାମତି ନେଇ ସବୁ ୱାର୍ଡକୁ ୫ ଲକ୍ଷ ଟଙ୍କା ଦିଆଯିବ|
