ବଜେଟରେ ବଡ ନିଷ୍ପତ୍ତି । ଚାଲିବନି ୫ ବର୍ଷର ପୁରୁଣା ଫ୍ୟାନ ଓ ୧୦ ବର୍ଷର ପୁରୁଣା ଏସି

ବଜେଟରେ ବଡ ନିଷ୍ପତ୍ତି । ସରକାରୀ କାର୍ୟ୍ୟାଳୟରେ ଚାଲିବନି ୫ ବର୍ଷର ପୁରୁଣା ଫ୍ୟାନ କି ୧୦ ବର୍ଷର ଏସି ବ୍ୟବହାର ହେବନି । ୫ଷ୍ଟାର୍ ରେଟିଂ ଥିବା ଏସି ବ୍ୟବହାର କରାଯିବ । ଏହା ଦ୍ୱାରା ଶକ୍ତି ସଂରକ୍ଷଣ ସହ ଅଙ୍ଗରକାମ୍ଲ ନିର୍ଗତ ପରିମାଣ କମିବ । ତେଣୁ ଏଭଳି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶକ୍ତି ସଂଚୟ ଲାଗି ଏମିତି ପଦକ୍ଷେପ ନିଆଯାଇଛି । ଏଥିପାଇଁ ୧ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଶକ୍ତି ସଞ୍ଚୟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ କହିଛନ୍ତି, ଆମ ରାଜ୍ୟ ଓଡିଶା ବାତ୍ୟା ପ୍ରବଣ ରାଜ୍ୟ । ତେଣୁ ବିପର୍ୟ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମୀ ଅଧିକ ପ୍ରଭାବିତ ହୋଇଥାଏ । ତେଣୁ ବିଦ୍ୟୁତ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି

Leave a Reply

Your email address will not be published. Required fields are marked *