ରାଜଧାନୀବାସୀଙ୍କ ବିଶ୍ୱାସରେ ବିଷ, ସିଲ୍ ହେଲା ନକଲି ସିମେଣ୍ଟ କାରଖାନା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କେପାଣି ରୋଡରେ ଥିବା ଏକ ନକଲି ସିମେଣ୍ଟ ତିଆରି କାରଖାନାକୁ କମିସନରେଟ୍ ପୁଲିସ ଠାବ କରିଛି। ଏହି କାରଖାନା ବିଶ୍ୱସନୀୟ ବ୍ରାଣ୍ଡ ନାମରେ ଚାଲୁଥିଲା ଏବଂ ବଜାରରେ ଅସଲି ସାମଗ୍ରୀ ଭାବରେ ବିକ୍ରି ହେଉଥିବା ନକଲି ସିମେଣ୍ଟ ଉତ୍ପାଦନ କରୁଥିଲା ।
ଖବର ପାଇ ପୁଲିସ ଚଢ଼ାଉ କରି ନକଲି ସିମେଣ୍ଟ କାରଖାନାକୁ ବନ୍ଦ କରିଦେଇଛି। ସୂଚନା ଆଧାରରେ କମିସନରେଟ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଚାନକ ଚଢ଼ଉ କରି ଏହି ଠକେଇର ପର୍ଦ୍ଦାଫାସ କରିଥିଲା। ଚଢ଼ାଉ ବେଳେ ଅନେକ ବ୍ୟାଚ୍ ନକଲି ସିମେଣ୍ଟ ଜବତ କରାଯାଇଛି । ଏହା ବଜାରରେ ପ୍ରବେଶ କରିଥାନ୍ତା।
ଆଶ୍ଚର୍ଯ୍ୟର କଥା ହେଉଛି ଏହି ବେଆଇନ ସିମେଣ୍ଟ କାରଖାନା ଗତ ଦେଢ଼ ବର୍ଷ ଧରି ଚାଲୁଥିଲା। ତେବେ କାରଖାନା ମାଲିକ ଏହା ଅସଲି ସିମେଣ୍ଟ ପ୍ୟାକେଟ୍ ଏବଂ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି।
“ଆମେ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ୧୦୦୦ ପ୍ୟାକେଟ୍ ଗଚ୍ଛିତ ରଖିଥିଲୁ। ତେଣୁ ବରଗଡ଼ ଓ ପହଲା ଅଞ୍ଚଳରେ ଆମର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ ସିମେଣ୍ଟ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲୁ। ”
ସେପଟେ ଖାଉଟି ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇବା ସହ ଠକେଇ ପ୍ରତି ଜିରୋ ଟଲରେନ୍ସ ନୀତି ଉପରେ ଗୁରୁତ୍ୱାରୋପ କରିଛି କମିଶନରେଟ ପୋଲିସ । ଜଣେ ଚଢ଼ାଉ ଅଧିକାରୀ କହିଛନ୍ତି, ଆମକୁ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା। ପାଖାପାଖି ୫୦୦ ପ୍ୟାକେଟ୍ ସିମେଣ୍ଟ ଜବତ କରିବା ସହ ପହଲାରେ ଥିବା ଏକ ସେଲ୍ କାଉଣ୍ଟରକୁ ସିଲ୍ କରାଯାଇଛି। ସେମାନେ କ୍ଷତିଗ୍ରସ୍ତ ସିମେଣ୍ଟକୁ ରିସାଇକ୍ଲ କରି ବ୍ରାଣ୍ଡ ନାମ ବ୍ୟବହାର କରି ପୁନଃ ବିକ୍ରି କରୁଥିଲେ। ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ”
ଏହି ଅଞ୍ଚଳରେ ନକଲି ଉତ୍ପାଦନ ୟୁନିଟ୍ ବିରୋଧରେ ଚାଲିଥିବା ଅଭିଯାନର ଏକ ଅଂଶ ହେଉଛି ଏଭଳି ଅଭିଯାନ। ଏଭଳି ବେଆଇନ କାରଖାନାର କାର୍ଯ୍ୟକଳାପ କେବଳ ଉପଭୋକ୍ତାଙ୍କୁ ଠକିନଥାଏ ବରଂ ଘର ନିର୍ମାଣ ସମୟରେ ଗୁଣବତ୍ତା ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି।