ପିସିସି ସଭାପତିଙ୍କ ଇସ୍ତଫା ଦାବି କଲା ବିଜେପି, ଜବାବ ରଖିଲେ ଭକ୍ତ

ଭୁବନେଶ୍ୱର: ଏକା ଦୁଷ୍କର୍ମ ମାମଲାରେ ଫସିଥିବା ଛାତ୍ର ନେତା ଉଦିତ ପ୍ରଧାନଙ୍କୁ ନେଇ ଆଜି ବିଜେପି କଡା ଟାର୍ଗେଟ କରିଛି | ଭକ୍ତ ଦାସ ଇସ୍ତଫା ଦିଅନ୍ତୁ ବୋଲି ଲେଖାଥିବା ପୋଷ୍ଟର ରାଜଧାନୀର ବିଭିନ୍ନ ଛକରେ ଲାଗିଥିବାର ଦେଖିବାକୁ ମିଳିଛି | ପୋଷ୍ଟରରେ ରାହୁଲ ଗାନ୍ଧୀ ଓ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଫଟୋ ଥିବାବେଳେ ଜଣେ ଦେଶଦ୍ରୋହୀ ଓ ଅନ୍ୟ ଜଣେ ଦୁଷ୍କର୍ମକାରୀ ବୋଲି ଲେଖା ଯାଇଛି | ତେବେ ଏହି ପୋଷ୍ଟର କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ ନାହିଁ |

ଜଣେ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗତକାଲି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ | ଏହା ପରେ ଉଦିତଙ୍କୁ ଦଳ ନିଲମ୍ବନ କରିଥିଲା | ତେବେ ଭକ୍ତ ଇସ୍ତଫା ଦିଅନ୍ତୁ ଦାବିକୁ ନେଇ ଖୋଦ ଭକ୍ତ କହିଛନ୍ତି ଯେ ଛୋଟ ଲୁଚକାଳି ଖେଳକୁ ମୁଁ ଡରେନି | ବିଜେପି ଛୁଆଙ୍କୁ ଲଗେଇ ଲୁଚିକି ସହରରେ ମୋ ପୋଷ୍ଟର ମାରିଛନ୍ତି |

ଯାହା ହେଉ ବିଜେପିକୁ ଧନ୍ୟବାଦ ଆମ ପୋଷ୍ଟର ମାରିଛି | କଂଗ୍ରେସର କାର୍ଯ୍ୟକ୍ରମକୁ ଦେଖି ସରକାର ଭୟଭୀତ ହୋଇପଡିଛନ୍ତି |
ମୁଁ ପଛକୁ ହଟିବି ନାହିଁ | ଏବେ ମୋର ଆନ୍ଦୋଳନାତ୍ମକ ରୂପ ଦେଖୁଛନ୍ତି ଆଗକୁ ମୋର ରାଜନୈତିକ ରୂପ ଦେଖିବେ |
ମୁଁ ନୁହେଁ ସରକାର ଆଗ ଇସ୍ତଫା ଦିଅନ୍ତୁ |

Leave a Reply

Your email address will not be published. Required fields are marked *