ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବରିଷ୍ଟ ନେତା ବିଜୟମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ
ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଶାରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ସମ୍ପର୍କରେ ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ଘଟଣାକୁ ଆରମ୍ଭରୁ ହାଲୁକା ଭାବେ ନେବା ଉଚିତ୍ ହୋଇନାହିଁ।ଏହି ଘଟଣାର ତଦନ୍ତ କୋର୍ଟର ହେବା ଉଚିତ, ଯାହା ଦ୍ୱାରା ସତ ବାହାରକୁ ଆସିବ ଓ ଦୋଷୀମାନଙ୍କୁ ଦଣ୍ଡ ମିଳିବ। ସେ ସରକାରଙ୍କ ଉପରେ ଅପବାଦ ଲଗାଇଛନ୍ତି ଯେ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ନାହାନ୍ତି। ଯଦି ସଠିକ ପଦକ୍ଷେପ ନିଆଯାଇଥାନ୍ତା, ତେବେ ଏଭଳି ଘଟଣା ହୋଇନଥାନ୍ତା। ସେ କହିଛନ୍ତି ଯେ ଗୁଇନ୍ଦା ବିଭାଗ ଏହି ଘଟଣା ବିଷୟରେ କେମିତି ଜାଣି ପାରିଲା ନାହିଁ।ଛାତ୍ରୀ ଜଣେ ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଜଣାଇଥିଲେ, କିନ୍ତୁ ତାକୁ କେହି ଗୁରୁତ୍ୱ ଦେଇନଥିଲେ। ବିଜୟ କହିଛନ୍ତି ଯେ ସରକାର ଚାହିଁଲେ କୋର୍ଟ ତଦନ୍ତ ହୋଇପାରିବ। ରାଜ୍ୟପାଳ ଏହି ଘଟଣାରେ ଆଇସିସି ତଦନ୍ତ କରୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ କହିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ସରକାରଙ୍କ ପଦକ୍ଷେପ କଣ ଯଥେଷ୍ଟ?
ଇତିଶ୍ରୀ ଠାରୁ ବେବିନା ପର୍ଯ୍ୟନ୍ତ ବହୁ ଘଟଣା ଘଟିଛି ମାତ୍ର ଏପରି ଘଟଣା ଆଜି ଯାଏଁ ଘଟିନଥିଲା। ଅତୀତର ଘଟଣା ଓ ଏହି ଘଟଣା ମଧ୍ୟରେ ଅନେକ ଫରକ ଅଛି। ସରକାର ଯେପର୍ଯ୍ୟନ୍ତ ଏହାକୁ ନ ବୁଝିବେ, ସେପର୍ଯ୍ୟନ୍ତ ତଦନ୍ତ ଠିକ୍ ଭାବେ ହେବ ନାହିଁ। ସମସ୍ତେ ଚାହୁଁଛନ୍ତି ଏହାର ଏକ ନିରପେକ୍ଷ ତଦନ୍ତ ହେଉ ଏବଂ ଦୋଷୀକୁ ଦଣ୍ଡ ମିଳୁ।
