ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲେ କଂଗ୍ରେସ ଓ ବିଜେଡି
ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେଡି | କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ପୀଡିତାଙ୍କ ବୟାନ ବାରମ୍ବାର ରେକର୍ଡ କରାଯାଇଛି। ୬ ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କଥା କହିଥିଲେ। କେମିତି ତାଙ୍କ ମୃତ୍ୟୁ ହେଲା ?
ଏହା ଆତ୍ମହତ୍ୟା ନୁହେଁ। ଷଡଯନ୍ତ୍ର କରି ହତ୍ୟା। ଅନ୍ୟପଟେ କଂଗ୍ରେସ ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି ଯେ
ଝିଅର ବାପା କହୁଛନ୍ତି ଝିଅର ମାନସିକ ସ୍ଥିତି ଠିକ ନଥିଲା। ଅନ୍ୟପଟେ ପୋଲିସ କହୁଛି କାହାର ସମ୍ପୃକ୍ତି ନାହିଁ | ସରକାର ଏହି ମାମଲାକୁ ଚାପି ଦେବାକୁ ଚାଁହୁଛନ୍ତି। ୭ ଦିନ ଭିତରେ ଡିଜି ଯଦି ମାମଲାର ସମ୍ପୃକ୍ତି ଥିବା ୩ ଅଭିଯୁକ୍ତଙ୍କୁ ନ ଧରିଲେ ଡିଜି ଅଫିସ ଘେରାଉ କରିବୁ। ଅନ୍ୟପଟେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ବେଟୀ ପଢ଼ାଓ, ବେଟୀ ଜଳାଓ ଏ ସରକାରର ଆହ୍ଵାନ। ମାସେ ଭିତରେ ଦୁଇ ଦୁଇଟି ଘଟଣା ଆତ୍ମହତ୍ୟା ନୁହଁ ହତ୍ୟା। ଓଡ଼ିଶାରେ ନାରୀହନ୍ତା ସରକାର ଚାଲିଛି। ପୋଲିସ କିଛି କରୁନାହିଁ। ଯିଏ ଦୋଷୀ କୁ ଧରିବେ ନାହିଁ ସିଏ ଏ ସରକାରରେ ରହିବ। ବଳଙ୍ଗା ପୀଡିତାଙ୍କୁ କିରାସିନି କିଏ ଦେଲା।
ପ୍ରଥମେ ସୂଚନା ଆସିଲା ଯେ ପୀଡିତାଙ୍କୁ ନିଶ୍ଚେତକ ଶୁଙ୍ଘିବାକୁ ଦେଇ ନେଲା। ପରେ କିରାସିନି ଢାଳି ନିଆଁ ଲଗାଇଲେ। ଏକଥା ପୋଲିସ ନିଜେ ଆମକୁ କହିଛି। ଆଜି କେମିତି ପୋଲିସର ଥିଓରି ବଦଳି ଗଲା। ଅନ୍ୟପଟେ ବିଜେଡି ନେତ୍ରୀ ଟୁକୁନି ସାହୁ କହିଛନ୍ତି ସୁଭଦ୍ରା ପାଇଁ ଉପ ମୁଖ୍ୟମନ୍ତ୍ରୀ ବାହାବା ନେଉଛନ୍ତି କିନ୍ତୁ ଏଠି ମହିଳାଙ୍କ ସ୍ଥିତି କଣ? ମହିଳାଙ୍କ ବିକାଶ ନୁହଁ ବିନାଶ ହେଉଛି। ଆମେ ମହିଳା ସୁରକ୍ଷାକୁ ନେଇ ଲଢେଇ ଜାରି ରଖିବୁ | ଏଫଏମରେ ମୃତକ ଏକାକୀ କେମିତି ପେଟ୍ରୋଲ ଢାଳି ଜଳିଲା, ବଳଙ୍ଗାରେ ମୃତକ ଜଣଙ୍କ ଏକାକୀ କେମିତି ନିଜ ଦେହରେ ନିଆଁ ଲଗାଇଲା।
