ନେପାଳରେ ରାଜନୈତିକ ସଙ୍କଟ: ରାଷ୍ଟ୍ରପତିଙ୍କ ଘର ଉପରକୁ ପଥର ମାଡ କଲେ ଉତ୍ୟକ୍ତ ଜନତା
କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି। ମଙ୍ଗଳବାର କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାରର ୯ ଜଣ ମନ୍ତ୍ରୀ ଏବଂ ଜଣେ ଉପପ୍ରଧାନମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ନିଷେଧାଦେଶକୁ ନେଇ ହଜାର ହଜାର ନେପାଳୀ ଯୁବକ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ, ଯାହାକୁ ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଭାବରେ ଦେଖାଯାଉଛି। ଏହା ମଧ୍ୟରେ ନେପାଳର ବୀରଗଞ୍ଜରେ ଆଇନ ମନ୍ତ୍ରୀ ଅଜୟ କୁମାର ଚୌରାସିଆଙ୍କ ଘରକୁ ହଜାର ହଜାର ନେପାଳୀ…
