Satej News

ଜନସଂଖ୍ୟା ବଢାଇବାକୁ ପୁଟିନଙ୍କ ଘୋଷଣା: ଗର୍ଭବତୀ ସ୍କୁଲ-କଲେଜ ଛାତ୍ରୀଙ୍କୁ ଲକ୍ଷେ ଟଙ୍କା

ମସ୍କୋ:ଜନସଂଖ୍ୟା ବୃଦ୍ଧି ପାଇଁ ପୁଟିନଙ୍କ ନୂଆ ଯୋଜନା | ରୁଷିଆରେ ଜନସଂଖ୍ୟା ହ୍ରାସ ନେଇ ଚିନ୍ତା ବଢ଼ୁଥିବା ବେଳେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସରକାର ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ, ସ୍କୁଲ ଓ କଲେଜ ଛାତ୍ରୀମାନେ ଗର୍ଭବତୀ ହେଲେ ସେମାନଙ୍କୁ ୧ ଲକ୍ଷ ଟଙ୍କା (୧୦୦,୦୦୦ ରୁବେଲ୍) ଏକକାଳୀନ ନଗଦ ପୁରସ୍କାର ଦିଆଯିବ। ଏହି ପଦକ୍ଷେପ ଜନସଂଖ୍ୟା ବୃଦ୍ଧି ପାଇଁ ମହିଳାମାନଙ୍କୁ ଶୀଘ୍ର ବିବାହ ଓ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହିତ…

Read More

ବିଜେଡି ଅନାସ୍ଥା ଆଣୁ, ଆମେ ସମର୍ଥନ କରିବୁ: ଭକ୍ତ ଦାସ

ଭୁବନେଶ୍ବର: ନାରୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିକୁ ମୁଖ୍ୟ ବିରୋଧୀ ଦଳ ଭାବେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆହ୍ବାନ ଦେଇଛନ୍ତି। ନଚେତ୍, କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ଏହାକୁ ସମର୍ଥନ କରୁ ବୋଲି କହିଛନ୍ତି। ଶ୍ରୀ ଦାସ କହିଛନ୍ତି, “ଓଡ଼ିଶାରେ କଂଗ୍ରେସର ୫୧ ବିଧାୟକ ଥିଲେ ଆମେ ସରକାର ଭାଙ୍ଗି…

Read More

ବିଶ୍ୱ ବ୍ୟବହାର କରୁଛି ଭାରତରେ ନିର୍ମିତ ମୋବାଇଲ

ନୂଆଦିଲ୍ଲୀ: ଗୋଟିଏ ଦଶନ୍ଧିରେ ଭାରତ ମୋବାଇଲ୍‌ ଆମଦାନିକାରୀ ଦେଶରୁ ବିଶ୍ୱର ତୃତୀୟ ବୃହତ୍‌ ମୋବାଇଲ୍‌ ରପ୍ତାନିକାରୀ ଦେଶ ଭାବେ ଉଭା ହୋଇଛି। ୨୦୨୪ ମସିହାରେ ଦେଶରୁ ୨୦୫୦ କୋଟି ଡଲାରର ମୋବାଇଲ୍‌ ରପ୍ତାନି କରାଯାଇଛି। ସେଣ୍ଟର ଫର ଡେଭେଲପମେଣ୍ଟ ଷ୍ଟଡିଜ୍‌ (ସିଡିଏସ୍‌)ର ନିର୍ଦ୍ଦେଶକ ପ୍ରଫେସର ସି. ବୀରମଣିଙ୍କ ନେତୃତ୍ୱରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ୨୦୧୭ ମସିହାରୁ ମୋବାଇଲ୍‌ ରପ୍ତାନିରେ ବୃଦ୍ଧି ଆରମ୍ଭ ହୋଇଥିଲା। ୨୦୨୦ରେ କେନ୍ଦ୍ର ସରକାରଙ୍କ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଘୋଷଣା…

Read More

୮ସେକେଣ୍ଡର ଦୃଶ୍ୟ ପାଇଁ ଛାଡିଦେଲେ ବଲିଉଡ୍‌ ସହ ଦେଶ |

ମୁମ୍ବାଇ: ବଲିଉଡ୍‌ରେ ସଫଳତା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଭାରତର ସବୁଠାରୁ ଜଣାଶୁଣା ମଡେଲ୍ ଦୀପକ ମଲହୋତ୍ରାଙ୍କ ଜୀବନ ଏହାର ଏକ ଜ୍ୱଳନ୍ତ ଉଦାହରଣ। ସେ ଯଶ ଚୋପ୍ରାଙ୍କ ଚଳଚ୍ଚିତ୍ର ‘ଲମ୍ହେ’ (୧୯୯୧)ରେ ଶ୍ରୀଦେବୀଙ୍କ ସ୍ୱାମୀ ସିଦ୍ଧାର୍ଥ କୁମାରଙ୍କ ଚରିତ୍ରରେ ଅଭିନୟ କରି ବଲିଉଡ୍‌ରେ ପାଦ ଦେଇଥିଲେ। କିନ୍ତୁ ମାତ୍ର ୮ ସେକେଣ୍ଡର ଏକ ଦୃଶ୍ୟ ତାଙ୍କ କ୍ୟାରିଅର୍‌କୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲା। ୮ ସେକେଣ୍ଡର ଏକ ଦୃଶ୍ୟ ଦୀପକ ମଲହୋତ୍ରାଙ୍କ ଜୀବନକୁ ବଦଳାଇ ଦେଇଥିଲା।…

Read More

ବଦଳିବାକୁ ଯାଉଛି ପ୍ରାୟ ୧୦ ଲକ୍ଷ ଲୋକଙ୍କ ଭାଗ୍ୟ

ମୁମ୍ବାଇ: ଦେଶର ଜଣାଶୁଣା ଶିଳ୍ପପତି ଗୌତମ ଆଦାନୀ ମୁମ୍ବାଇରେ ଅବସ୍ଥିତ ଏସିଆର ‘ସବୁଠାରୁ ବଡ଼ ବସ୍ତି’ ଧାରାଭିର ଭାଗ୍ୟ ବଦଳାଇବାକୁ ଯାଉଛନ୍ତି। ଆଦାନୀ ଗୃପ ୧୧ ବିଲିୟନ ଡଲାର ନିବେଶ ସହିତ ଧାରାଭିକୁ ବଦଳାଇବାକୁ ଯୋଜନା କରିଛି। ୬୪୧ ଏକର ଜମିରେ ବିସ୍ତୃତ ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନକୁ ଉନ୍ନତ କରିବ। ଆଦାନୀ ରିଅଲ୍ଟିର ଏହି ପ୍ରକଳ୍ପରେ ଆଧୁନିକ ଗୃହ ସହିତ, ବାଣିଜ୍ୟିକ କାର୍ଯ୍ୟାଳୟ, ସ୍କୁଲ-କଲେଜ, ହସ୍ପିଟାଲ, ପାର୍କ ଇତ୍ୟାଦି ନିର୍ମାଣ…

Read More

ମାତ୍ର ୬ ଦିନରେ ୮ଟି ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଲା ‘ସୈୟାରା’

ମୁମ୍ବାଇ: ଅହାନ ପାଣ୍ଡେ ଏବଂ ଅନିତ ପଡ୍ଡାଙ୍କ ‘ସାୟାରା’ ବକ୍ସ ଅଫିସରେ ଆଲୋଡନ ସୃଷ୍ଟି କରିଛି। ଏହି ରୋମାଣ୍ଟିକ ଫିଲ୍ମ ଦର୍ଶକଙ୍କ ଉପରେ ଏପରି ଯାଦୁ କରିଛି ଯେ ସପ୍ତାହର ସମସ୍ତ ଦିନଗୁଡ଼ିକରେ ମଧ୍ୟ ଏହାକୁ ଦେଖିବା ପାଇଁ ଥିଏଟରଗୁଡ଼ିକରେ ଭିଡ଼ ଜମୁଛି । ସକାଳରୁ ରାତି ପର୍ଯ୍ୟନ୍ତ ଶୋ’ ହାଉସଫୁଲ୍ ହେଉଛି। ଏହା ସହିତ ‘ସାୟାରା’ ମଧ୍ୟ ବିପୁଳ ପରିମାଣର ଟଙ୍କା ରୋଜଗାର କରୁଛି। ‘ସାୟାରା’ ନିଜ ନାମରେ କେଉଁ ରେକର୍ଡ କରିଛି ଆସନ୍ତୁ ଜାଣିବା।…

Read More

ଧନଖଡ଼ଙ୍କ ଆକସ୍ମିକ ଇସ୍ତଫା ପରେ ,ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଆରମ୍ଭ କଲା ପ୍ରସ୍ତୁତି|

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ବୁଧବାର ଦିନ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିବା ଘୋଷଣା କରିଛି। ନିର୍ବାଚନ ଆୟୋଗ କହିଛି ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନ ପରିଚାଳନା କରିବା ତାଙ୍କର ଦାୟିତ୍ୱ। ଏହି ନିର୍ବାଚନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଆଇନ, ୧୯୫୨ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ନିୟମାବଳୀ, ୧୯୭୪ ଅନୁଯାୟୀ ପରିଚାଳିତ ହେବ। ଆୟୋଗ କହିଛି, “୨୦୨୫ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ…

Read More

ଜେନେରାଲ ଟିକେଟରେ ଟ୍ରେନ ଯାତ୍ରା କରୁଛନ୍ତି କି ତେବେ ଜାଣି ରଖନ୍ତୁ ଏହି ନିୟମ |

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି। ଏହି ଯାତ୍ରୀମାନଙ୍କ ମଧ୍ୟରୁ ଅନେକ ଜେନେରାଲ ଟିକେଟରେ ଯାତ୍ରା କରିଥାନ୍ତି, ଯାହା ହେଉଛି ସବୁଠାରୁ ସୁଲଭ ଓ ସହଜ ଉପଲବ୍ଧ ଟିକେଟ। ତେବେ, ଜେନେରାଲ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଜାଣିବା ଆବଶ୍ୟକ, ଯାହା ଯାତ୍ରାକୁ ସୁଗମ ଓ ସମସ୍ୟାମୁକ୍ତ କରିଥାଏ। ୧. ଜେନେରାଲ ଟିକେଟରେ କେଉଁ କୋଚରେ ଯାତ୍ରା? ଜେନେରାଲ ଟିକେଟ ଥିବା ଯାତ୍ରୀମାନେ କେବଳ ଜେନେରାଲ କୋଚରେ…

Read More

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସିକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ |

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ ଆଜି ରାଜ୍ୟର ସିକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟରେ ଅଧିକ ୬,୩୫୮ ମତଦାନ କେନ୍ଦ୍ର (ବୁଥ) ସୃଷ୍ଟି ଏବଂ ବୁଥ ସ୍ତରୀୟ ଏଜେଣ୍ଟ (BLA) ନିଯୁକ୍ତି ନେଇ ଆଲୋଚନା ହୋଇଛି। ଭୋଟରଙ୍କ ସୁବିଧା ଓ ମତଦାନ କେନ୍ଦ୍ରରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟରେ ପୂର୍ବରୁ ୧୫୦୦ ଭୋଟରଙ୍କୁ ନେଇ ଗଠିତ ବୁଥଗୁଡ଼ିକୁ ଏଣିକି ୧୨୦୦ ଭୋଟରଙ୍କୁ ସୀମିତ…

Read More

କ୍ୟାନ୍ସରକୁ ରୋକିପାରେ ! ବାବା ରାମଦେବଙ୍କ ଉପାୟ

ଭୁବନେଶ୍ୱର: କ୍ୟାନ୍ସର ନାମ ଶୁଣିଲେ ସମସ୍ତଙ୍କ ମନରେ ଏକ ଅଜବ ଭୟ ଛାଇଯାଏ | ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେ,ଏହି ରୋଗ ମୁଖ୍ୟତଃ ବିଗିଡ଼ିଥିବା ଜୀବନଶୈଳୀ ଓ ଖରାପ ଖାଦ୍ୟାଭ୍ୟାସ ଦ୍ୱାରା ହୁଏ। ଏହାକୁ ଅଟକାଇବା ପାଇଁ ସଠିକ ଦୈନିକ ରୁଟିନ୍, ଯୋଗ ଓ ପଜିଟିଭ୍ ମାଇଣ୍ଡସେଟ୍ ଅତ୍ୟନ୍ତ ଦରକାର। ବାବା ରାମଦେବଙ୍କ ମତ ଅନୁସାରେ ବାବା ରାମଦେବ କହିଛନ୍ତି ଯେ, ଯଦି ଆମେ ଦୈନିକ ଯୋଗ ଅଭ୍ୟାସ କରିବାକୁ ଆରମ୍ଭ କରିବା ଓ ସକାରାତ୍ମକ…

Read More