ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି
ଭୁବନେଶ୍ୱର: ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ବର୍ଷା ହେତୁ ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ବୈତରଣୀ ନଦୀରେ ଆନନ୍ଦପୁରଠାରେ ଜଳସ୍ତର ୩୮.୮୨ ମିଟର ଅଛି ଓ ଏହା କ୍ରମାଗତ ବୃଦ୍ଧି ପାଉଛି, ଏହାର ବିପଦ ସଂକେତ ସ୍ତର ୩୮.୩୬ ମିଟର। ସେହିପରି, ଆଖୁଆପଦାଠାରେ ଜଳସ୍ତର ୧୭.୯୮ ମିଟର ରହିଛି ଓ ଏହା କ୍ରମାଗତ ବୃଦ୍ଧି ସ୍ଥିତିରେ ଅଛି । ଏହାର ବିପଦ ସଂକେତ ସ୍ତର ୧୮.୩୩ ମିଟର ଥିବାବେଳେ…
