Satej News

କୁଆଡେ ଯିବା ପାଇଁ ପ୍ଲାନ କରୁଛନ୍ତି କି? 10 ଦିନ ପାଇଁ ରାଜ୍ୟରେ ଗଡିବନି ଏସବୁ ଟ୍ରେନ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଯୋଗୁ ଅଗଷ୍ଟ ମାସରେ ୨୫ଟି ଟ୍ରେନ୍ ବାତିଲ କରାଯାଇଛି ଏବଂ ୯ଟି ଟ୍ରେନ୍ ମାର୍ଗ ପରିବର୍ତ୍ତନ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଏହି ନିଷ୍ପତ୍ତି ନେଇଛି। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୮୩୦୩/୧୮୩୦୪) ଅଗଷ୍ଟ ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ। ଏହାସହ ଟିଟଲାଗଡ଼-ବିଳାସପୁର ପାସେଞ୍ଜର (୬୮୨୧୩, ୬୮୨୧୪), ଟିଟଲାଗଡ଼-ରାୟପୁର (୬୮୨୧୭, ୬୮୨୧୮), ସମ୍ବଲପୁର-ଜୁନାଗଡ଼…

Read More

ରେଭେନ୍ସା ବିଶ୍ଵବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍, କାମ ଦେଉନି ୨ କୋଟି ଟଙ୍କାର ଉଚ୍ଚଶକ୍ତିସମ୍ପନ୍ନ ‘ବ୍ଲେଡ୍‌ ସର୍ଭର’

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିବା ଘଟଣା ଗତକାଲି ବିଳମ୍ବିତ ରାତିରେ ଜଣାପଡ଼ିଥିଲା। ୱେବସାଇଟ୍‌କୁ ଖୋଲିବା ସମୟରେ ଏହା ଏକ ବେଟିଂ ସାଇଟ୍‌ରେ ରିଡାଇରେକ୍ଟ ହେଉଛି, ଯେଉଁଥିରେ ଇଣ୍ଡୋନେସିଆ ଭାଷା ପରି ଲାଗୁଥିବା ଭାଷା ଲେଖାଯାଇଥିବା ଦେଖାଯାଉଛି। ରେଭେନ୍ସା ବିଶ୍ଵବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିବା ଘଟଣା ଗତକାଲି (ଜୁଲାଇ ୨୭, ୨୦୨୫) ବିଳମ୍ବିତ ରାତିରେ ଜଣାପଡ଼ିଥିଲା। ୱେବସାଇଟ୍‌କୁ ଡେସ୍କଟପ୍ କିମ୍ବା ମୋବାଇଲରେ ଖୋଲିବା ସମୟରେ ଏକ ବେଟିଂ ପ୍ଲାଟଫର୍ମ ‘BENTO4D’ର ଲିଙ୍କ୍ ଦେଖିବାକୁ ମିଳୁଛି ଯାହା…

Read More

ନକଲି ମହିଳା ସାଜି ସରକାରଙ୍କୁ ଠକିଲେ ୧୪ ହଜାର ପୁରୁଷ

ମହାରାଷ୍ଟ୍ର: କୋଟି କୋଟି ଟଙ୍କା ଠକାମିର ଶିକାର ହେଲେ ସରକାର | ୧୪,୦୦୦ ପୁରୁଷ ନେଇଗଲେ ସରକାରୀ ଅର୍ଥ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ମହାରାଷ୍ଟ୍ରର ‘ଲଡ଼କୀ ବହିନ ଯୋଜନା’ରେ ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଏହି ଯୋଜନାରେ ୧୪,୨୯୮ ଜଣ ପୁରୁଷ ନିଜକୁ ମହିଳା ଦର୍ଶାଇ ଲାଭ ଉଠାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଏହି ‘ଲଡ଼କୀ ବହିନ ଯୋଜନା’ର ଲକ୍ଷ୍ୟ ଥିଲା ଆର୍ଥିକ ଦୁର୍ବଳ…

Read More

ହରିଦ୍ୱାର ମନସା ଦେବୀ ମନ୍ଦିର ପଥରେ ଦଳାଚକଟା : ୭ ମୃତ, ଅନେକ ଆହତ

ହରିଦ୍ୱାର: ମନସା ଦେବୀ ମନ୍ଦିର ପଥଚାରୀ ପଥରେ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମନ୍ଦିର ମାର୍ଗରୁ ୧୦୦ ମିଟର ତଳେ ସିଢ଼ିରେ ବିଜୁଳି ଆଘାତର ଗୁଜବ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଜଣେ ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ସେହି ଜାଗାରେ ହଠାତ ଭିଡ ଜମି ଥିଲା ଆଉ ଦଳାଚକଟା ପରି ପରିସ୍ଥିତି ଆସି ଯାଇ ଥିଲା | ଏସ୍‌ଏସ୍‌ପି ପ୍ରମେନ୍ଦ୍ର ସିଂହ ଡୋଭାଲଙ୍କ ନେତୃତ୍ୱରେ…

Read More

ବ୍ୟାଙ୍କ ର ସାଧାରଣ ସେବା ବି ହେବ ବୋଝ — ଏସଏମଏସ୍ ଆଲର୍ଟ, ପାସବୁକ୍ ଓ ଚେକ୍ ପାଇଁ ଶୁଳ୍କ ଲାଗୁ

ଭୁବନେଶ୍ୱର : ଏବେ ବିଭିନ୍ନ ବଡ଼ ବ୍ୟାଙ୍କ ଗୁଡିକ ସାଧାରଣ ଗ୍ରାହକ ସେବା ପାଇଁ ମଧ୍ୟ ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି। ଯେପରି ଏସଏମଏସ୍ ଆଲର୍ଟ, ଡୁପ୍ଲିକେଟ୍ ପାସବୁକ୍, ଚେକ୍ ପେମେଣ୍ଟ ବନ୍ଦ କରିବା, ଡେବିଟ୍ କାର୍ଡ ରକ୍ଷଣାବେକ୍ଷଣ ଏବଂ ମୋବାଇଲ୍ ନମ୍ବର ପରିବର୍ତ୍ତନ ପରି ସେବାଗୁଡିକରୁ ବ୍ୟାଙ୍କ ଆଦାୟ କରୁଛି ଶୁକ୍ଳ | ଏସଏମଏସ୍ ଆଲର୍ଟ ପାଇଁ ମାସିକ ୧୦ ରୁ ୩୫ ଟଙ୍କା, ଡୁପ୍ଲିକେଟ୍ ପାସବୁକ୍ ପାଇଁ ପ୍ରତି ପୃଷ୍ଠା ୫୦ ଟଙ୍କା ଓ…

Read More

ଦର୍ଶକଙ୍କୁ ଆକ୍ସନ ତଡକା ଦେବାକୁ ଆସୁଛନ୍ତି ଦେବରକୋଣ୍ଡା

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଫ୍ୟାନଙ୍କ ପାଇଁ ଖୁସିର ଖବର! ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଆଗାମୀ ଫିଲ୍ମ ‘କିଙ୍ଗଡମ୍’କୁ ସେନ୍ସର ବୋର୍ଡ ସାର୍ଟିଫିକେଟ ଦେଇଥିବାବେଳେ ଆସନ୍ତା ୩୧ ଜୁଲାଇରେ ଶୁଭମୁକ୍ତି ହେବାକୁ ଯାଉଛି।ବିଜୟଙ୍କ ଫ୍ୟାନସ ମାନେ ଏହି ଫିଲ୍ମକୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ, ଏବଂ ଏବେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ଏହି ଫିଲ୍ମକୁ ୟୁ/ଏ ପ୍ରମାଣପତ୍ର ପ୍ରଦାନ କରିଛି, ଯାହାର ଅର୍ଥ ଏହା ସମସ୍ତ…

Read More

କର୍ପୋରେଟର୍‌ ଅମରେଶ ଜେନାଙ୍କୁ ଦଳରୁ ସସପେଣ୍ଡ କଲା ବିଜେଡି

ଭୁବନେଶ୍ୱର: ଜଣେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଆକ୍ସନ ନେଇଛି ବିଜେଡି | ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ନୀଳଗିରିରୁ ବିଜେଡି କର୍ପୋରେଟର୍‌ ଅମରେଶ ଜେନାଙ୍କୁ ଗିରଫ କରିଥିଲା କମିସନରେଟ୍ ପୁଲିସ୍। ଗତକାଲି ତାଙ୍କୁ ଫେରାର ହେବା‌ରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର…

Read More

ମେଟ୍ରୋ ପ୍ରକଳ୍ପରେ ବଡ ପରିବର୍ତ୍ତନ,ଟେଣ୍ଡର ବାତିଲ ଓ କ୍ଷତିପୂରଣ ଦାବି

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ବଡ଼ ଧରଣର ପରିବର୍ତ୍ତନ। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (ଡିଏମ୍‌ଆର୍‌ସି) ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଆହ୍ୱାନ କରାଯାଇଥିବା ଟେଣ୍ଡରଗୁଡ଼ିକୁ ବାତିଲ କରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି, କାରଣ ମେଟ୍ରୋର ଡିଜାଇନ୍ ରେ ପରିବର୍ତ୍ତନ କରାଯାଉଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏବେ ସ୍ଥଗିତ ରହିଛି, ଏବଂ ନୂଆ ଡିଜାଇନ୍ ଓ ଯୋଜନା ପାଇଁ ନୂଆ ଡିପିଆର୍ ପ୍ରସ୍ତୁତ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର…

Read More

ଗିରଫ ହେଲେ ବିଜେଡି କର୍ପୋରେଟର୍‌ ଅମରେଶ ଜେନା

ଭୁବନେଶ୍ୱର: ଅବଶେଷରେ ବିଜେଡି କର୍ପୋରେଟର୍‌ ଅମରେଶ ଜେନାଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ୍। ତାଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଗତକାଲି ତାଙ୍କୁ ଫେରାର ହେବା‌ରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲା। କର୍ପୋରେଟର ଅମରେଶ ଜେନାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ୫ ଜଣ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ୱାଇଁ (୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ…

Read More

ଏଥିପାଇଁ କମିଲା ଚିକେନ୍‌ ଦର, ମାଛର ବଢିଲା ମୂଲ୍ୟ

ଭୁବନେଶ୍ୱର : ପୁରୀ ଜିଲ୍ଲାର ଡେଲାଙ୍ଗ ଓ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବାଲିପାଟଣା ଓ ଜଙ୍କିଆ ଆଦି ଅଞ୍ଚଳରେ ବାର୍ଡ ଫ୍ଲୁ ମାଡ଼ିମାଡ଼ି ଚାଲିଛି। ଏସବୁ ଅଞ୍ଚଳ ଭୁବନେଶ୍ବରର ନିକଟବର୍ତ୍ତୀ ହୋଇଥିବାରୁ ବାର୍ଡ ଫ୍ଲୁର ପ୍ରଭାବ, ରାଜଧାନୀର ଚିକେନ୍‌ ବେପାରକୁ ପ୍ରଭାବିତ କରିଛି। ଚିକେନଠାରୁ ମୁହଁ ଫେରାଇ ମାଛ ପ୍ରତି ଆକୃଷ୍ଟ ହୋଇଛନ୍ତି ଗ୍ରାହକ | ଫଳରେ ରୋହି, ଭାକୁର, ଚିଙ୍ଗୁଡ଼ି ଆଦି ମାଛର ଭାଉ ବଢ଼ିଛି। ଚିକେନ୍‌ ଦର ପାଖାପାଖି ୮୦ ଟଙ୍କା ହ୍ରାସ ସମୟେ…

Read More