ପୁଣି ଏକ ଆତ୍ମହତ୍ୟା ଘଟଣା: ମାନସିକ ଚାପ ନା ଅନ୍ୟ କିଛି ?
ପଟ୍ଟାମୁଣ୍ଡାଇ: ବାଲେଶ୍ବରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବି.ଏଡ୍ ଛାତ୍ରୀ ଏବଂ ପୁରୀ ଜିଲ୍ଲାର ବଳଙ୍ଗା ନାବାଳିକା ଘଟଣା ରାଜ୍ୟବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଭଳି ଆଉ ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ରାଜ୍ୟରେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।…
