ବରଗଡ଼ ନାବାଳିକା ମୃତ୍ୟୁ – ବିଜେପି ସରକାରରେ ଝିଅମାନେ ଅସୁରକ୍ଷିତ?
ବରଗଡ଼: ବରଗଡ଼ ଜିଲ୍ଲାର ଗାଇସିଲଟରେ ଜଣେ ନାବାଳିକା ନିଆଁରେ ଜଳି ପ୍ରାଣ ହରାଇବା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହି ଦୁଃଖଦ ଘଟଣାକୁ “ଗଭୀର ବ୍ୟଥାଦାୟକ, ଚକିତକର” ବୋଲି ବର୍ଣ୍ଣନା କରି ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ବିଜେଡି ନେତା। ନବୀନ କହୁଛନ୍ତି , ଗତ ଗୋଟେ ମାସ ମଧ୍ୟରେ ରାଜ୍ୟରେ ଚାରିଜଣ ଯୁବତୀ ସମାନ ପରିସ୍ଥିତିରେ ନିଜ ପ୍ରାଣ ହାରିଦେଇଛନ୍ତି, ଯାହା ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ କରୁଛି। “ଏହା କେବଳ ବ୍ୟକ୍ତିଗତ ଦୁଃଖର…
