ହରିଜନ ଶବ୍ଦ ବନ୍ଦ:ସାମାଜିକ ସମାନତା ପାଇଁ ନୂଆ ଆରମ୍ଭ!
ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗ ବ୍ୟବସ୍ଥାରେ ‘ହରିଜନ’ ଶବ୍ଦ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଏହା ବଦଳରେ ‘ଅନୁସୂଚିତ ଜାତି’ ଶବ୍ଦକୁ ସାମ୍ବିଧାନିକ ଭାବେ ବ୍ୟବହାର କରିବା ପାଇଁ ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇଛି। ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସରକାରୀ ରେକର୍ଡ, ଚିଠିପତ୍ର,…
