Satej News

ସ୍ୱାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର :ଆଜି ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି |ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ଯୋଗ ଦେଇ କହିଥିଲେ ଯେ ଭାରତୀୟ ସ୍ଵାଧୀନତା ସଂଗ୍ରାମ ବିଶ୍ଵର ଏକମାତ୍ର ସ୍ଵାଧୀନତା ଆନ୍ଦୋଳନ ଯାହା ମୁଖ୍ୟତଃ ଶାନ୍ତି ଓ ଅହିଂସା ମାଧ୍ୟମରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ, ବିଭିନ୍ନ ବିଚାରଧାରାର ବ୍ୟକ୍ତିତ୍ଵ ସମସ୍ତେ ଗୋଟିଏ ମଞ୍ଚରେ ଆସିଥିଲେ, ଏବଂ ସମସ୍ତଙ୍କର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ଦେଶକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା…

Read More

ଭିସୁଟ୍‌ କ୍ୟାମ୍ପସରେ ଅସଦାଚରଣ: ଦୁଇ ପ୍ରଫେସର ଚାକିରିରୁ ନିଲମ୍ବିତ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ, ବୁର୍ଲାରେ ଅସଦାଚରଣ ଅଭିଯୋଗକୁ ନେଇ କର୍ତ୍ତୃପକ୍ଷ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଅନୁଯାୟୀ, ଦୁଇ ଜଣ ପ୍ରଫେସରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଡକ୍ସନ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଦେବବ୍ରତ ଧୁପାଲ ଏବଂ ଗଣିତ ବିଭାଗର ଆସୋସିଏଟ୍‌ ପ୍ରଫେସର ଡ. ମହେନ୍ଦ୍ର କୁମାର ଜେନା। ସୂଚନା ଅନୁସାରେ, ଗତ ମେ’ ମାସରେ ଗଣିତ ବିଭାଗର ଜଣେ ପିଏଚ୍‌ଡି ଛାତ୍ରୀ ତାଙ୍କ ଗାଇଡ୍‌…

Read More

୧୮ଯାଏଁ ଢାଳିବ ବର୍ଷା :ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ମଧ୍ୟ ସକ୍ରିୟ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ରାଜ୍ୟରେ ୧୮ ତାରିଖ ଯାଏଁ ବର୍ଷା ଜାରି ରହିବ। ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତାକାଲି…

Read More

ବି.ଏଡ୍‌ କଲେଜରେ ସହକାରୀ ପ୍ରଫେସର ନିଯୁକ୍ତି ବିବାଦ: ଓପିଏସ୍‌ସିକୁ ହାଇକୋର୍ଟର ନୋଟିସ୍

କଟକ: ଓଡ଼ିଶାର ବିଭିନ୍ନ ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନ ତଥା ବି.ଏଡ୍‌ କଲେଜଗୁଡ଼ିକରେ ସହକାରୀ ପ୍ରଫେସର ପଦବିରେ ନିଯୁକ୍ତି ନେଇ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ୨୪ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି, ଯାହା ନ୍ୟାସନାଲ୍‌ କାଉନସିଲ୍‌ ଫର୍‌ ଟିଚର୍‌ ଏଜୁକେସନ୍‌ (ଏନ୍‌ସିଟିଇ) ନିୟମାବଳୀକୁ ଉଲ୍ଲଂଘନ କରୁଛି। ଏହି ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)କୁ ଓଡ଼ିଶା ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଗୁରୁବାର ହାଇକୋର୍ଟରେ ମାମଲାର…

Read More

ସକ୍ରିୟ ହେଲା ଲଘୁଚାପ : ରାଜ୍ୟରେ ୫ ଦିନ ପ୍ରବଳ ବର୍ଷାର ଆଶଙ୍କା

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆଗାମୀ ୫ ଦିନ ମଧ୍ୟରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି, ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିପାରେ। ଆସନ୍ତା ୨୪ ଘଣ୍ଠା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଫଳରେ, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ…

Read More

୭୦ଟି ଦେଶରେ ୧୦,୫୭୪ ଭାରତୀୟ ବନ୍ଦୀ, ୧୧ଟି ଦେଶରେ ୪୩ ଜଣ ମୃତ୍ୟୁଦଣ୍ଡ ଅପେକ୍ଷାରେ

ନୂଆଦିଲ୍ଲୀ: ବିଶ୍ୱର ୭୦ଟି ଦେଶରେ ୧୦,୫୭୪ ଜଣ ଭାରତୀୟ ନାଗରିକ ଜେଲରେ ବନ୍ଦୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୧ଟି ଦେଶରେ ୪୩ ଜଣ ମୃତ୍ୟୁଦଣ୍ଡର ଅପେକ୍ଷାରେ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଲୋକସଭାରେ ସୂଚନା ଦେଇଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତି ବର୍ଦ୍ଧନ ସିଂହ ଲିଖିତ ଉତ୍ତରରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ବିଦେଶରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪୩ ଜଣ ଭାରତୀୟଙ୍କ ମଧ୍ୟରୁ ସର୍ବାଧିକ ୨୧ ଜଣ ସଂଯୁକ୍ତ ଆରବ ଏମିରେଟ୍ସରେ ଅଛନ୍ତି। ସାଉଦି ଆରବରେ…

Read More

ବଜାଜ ଗ୍ରୁପରେ ଯୁବ ନେତୃତ୍ୱର ପରିବର୍ତ୍ତନ: ଆନନ୍ଦମୟୀଙ୍କ ଯୋଗଦାନ

ନୂଆଦିଲ୍ଲୀ: ବଜାଜ ଗ୍ରୁପ୍ ଅଧ୍ୟକ୍ଷ କୁଶାଗ୍ର ବଜାଜଙ୍କ ଝିଅ ଆନନ୍ଦମୟୀ ବଜାଜ ମାତ୍ର ୨୨ ବର୍ଷ ବୟସରେ କମ୍ପାନୀରେ ଜେନେରାଲ ମ୍ୟାନେଜର ଭାବରେ ଯୋଗ ଦେଇଛନ୍ତି। ବଜାଜ ଗ୍ରୁପ୍ ଅଧ୍ୟକ୍ଷଙ୍କ ଝିଅ କୁଶାଗ୍ର ବଜାଜ ମାତ୍ର ୨୨ ବର୍ଷ ବୟସରେ ଜେନେରାଲ ମ୍ୟାନେଜର ରଣନୀତି ଭାବରେ କମ୍ପାନୀରେ ଯୋଗ ଦେଇଛନ୍ତି। ବଜାଜ ଗ୍ରୁପ୍ ଅଧ୍ୟକ୍ଷଙ୍କ ଝିଅ ଆନନ୍ଦମୟୀ ବଜାଜ ମାତ୍ର ୨୨ ବର୍ଷ ବୟସରେ ଜେନେରାଲ ମ୍ୟାନେଜର ରଣନୀତି ଭାବରେ କମ୍ପାନୀରେ ଯୋଗ ଦେଇଛନ୍ତି। ଏହା ସହିତ,…

Read More

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶଂସା କରି ସମାଜବାଦୀ ପାର୍ଟିରୁ ବହିଷ୍କାର ହେଲେ ପୂଜା ପାଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିବାର ଫଳରେ ସମାଜବାଦୀ ପାର୍ଟି ବିଧାୟିକା ପୂଜା ପାଲଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିରୋଧୀ ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟ ଓ ଅପରାଧ ନିବାରଣ ନୀତିର ପ୍ରଶଂସା କରିଥିବା ପୂଜାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଠୋର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ଯାଇଛି । ପୂଜାଙ୍କ ସ୍ୱାମୀ ରାଜୁ ପାଲଙ୍କୁ ୨୦୦୫ରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଥିଲା। ନ୍ୟାୟ ପାଇଁ ଦଶକ…

Read More

ଓଡ଼ିଶାରେ ଧିମେଇ ଯାଇଛି ପିଏମ ସୂର୍ଯ୍ୟ ଘର ଯୋଜନା

ଭୁବନେଶ୍ୱର: ପିଏମ ସୂର୍ଯ୍ୟ ଘର ଯୋଜନା କୁ ନେଇ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପ୍ରତିକ୍ରିୟା ରଖି କେଭି ସିଂଦେଓ କହିଛନ୍ତି ଯୋଜନା କୁ ନେଇ ଆହୁରି ଅଧିକ ଆୱାର ନେସ କରାଯିବ । ବିଲ କଲେକ୍ସନ କରୁଥିବା କର୍ମଚାରୀଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ସହ ଲିଫ ଲେଟ ଓ ପାମ୍ପ ଲେଟ ବଣ୍ଟାଯିବ ପାଇଁ କୁହାଯାଇଛି । ଅନଲାଇନ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର…

Read More

ଜମ୍ମୁ-କଶ୍ମୀରରେ ତାଣ୍ଡବ ରଚିଲା ବାଦଲଫଟା ବର୍ଷା, ୩୩ ଜଣଙ୍କର ମୃତ୍ୟୁର ଆଶଙ୍କା

କିସ୍ତୱାଡ: ଜମ୍ମୁ-କଶ୍ମୀରର କିସ୍ତୱାଡ ଜିଲ୍ଲାରେ ବାଦଲଫଟା ବର୍ଷା ଏକ ଭୟଙ୍କର ତାଣ୍ଡବ ରଚିଛି, ଯାହାଫଳରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଉତ୍ତରାଖଣ୍ଡର ଧରାଲୀର ବିପର୍ଯ୍ୟୟ ପରେ ଏବେ ଜମ୍ମୁ-କଶ୍ମୀରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମାଟି ମିଶା ପାଣି ତଳେ ଶହ ଶହ ଲୋକ ଚାପି ପଡ଼ିଛନ୍ତି, ଏବଂ ଅନେକ ଲୋକ ମାଟି ତଳେ ଚାପିଯିବାର ଆଶଙ୍କା ରହିଛି। ଏହି ବିପର୍ଯ୍ୟୟ ଘଟିଛି କିସ୍ତୱାଡ ଜିଲ୍ଲାର ପଡ୍ଦର ସବ-ଡିଭିଜନରେ। ପଡ୍ଦରର ଚିଶୋଟି ଗାଁର ମଚୈଲ ମାତା…

Read More