ଜାତୀୟ ରାଜପଥରେ ଅଗ୍ନିକାଣ୍ଡ:ହୁତୁହୁତୁ ହୋଇ ଜଳିଗଲା ଆମ ବସ୍
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ମୋ ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ବସ୍ଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ୩୦ରୁ ଅଧିକ ଯାତ୍ରୀ। ସୂଚନା ଅନୁଯାୟୀ, ବସ୍ଟି କଟକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ହଠାତ୍ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ, ଯଦିଓ ନିଆଁ ଲାଗିବାର…
