ପ୍ରୀତିସ୍ମିତା ଭୋଇ ଓ କାଳୁ ଚରଣ ଚୌଧୁରୀ ପାଇବେ ‘ଓସ୍ଜା’ ପୁରସ୍କାର
ପ୍ରତିଭାସମ୍ପନ୍ନ ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ ଏବଂ ମହାନ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କୁ ମିଳିବ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ ପୁରସ୍କାର। ପ୍ରୀତିସ୍ମିତାଙ୍କୁ ୨୦୨୫ ମସିହାର ଶ୍ରେଷ୍ଠ ଓଡ଼ିଶା ଖେଳାଳି ଏବଂ କାଳୁଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ପ୍ରଦାନ କରାଯିବ। ୨୦୨୬ ଜାନୁଆରି ୧୮ ତାରିଖରେ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ଉଭୟଙ୍କୁ ‘ଓସ୍ଜା’ ବାର୍ଷିକ ପୁରସ୍କାର ବାବଦରେ ନଗଦ ୨୫ହଜାର ଟଙ୍କା, ପ୍ରଶସ୍ତିପତ୍ର, ଉତ୍ତରୀୟ ଓ…
