Satej News

ଏଲ୍‌ପିଜି ଓ ସିଏନ୍‌ଜି ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା; ଜଳିଗଲେ ୫ଜଣ

ରାଜସ୍ଥାନ ଜୟପୁରର ଭାନ୍‌କ୍ରୋଟା ଅଞ୍ଚଳରେ ଏଲ୍‌ପିଜି ଓ ସିଏନ୍‌ଜି ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଯୋଗୁ ଏକ ବଡ଼ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୩୦ରୁ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଜାତୀୟ ରାଜପଥରେ ଟ୍ରକ୍ ୟୁଟର୍ଣ୍ଣ ନେବା ବେଳେ ଦୁର୍ଘଟଣା ଘଟିଥିଲା । ଫଳରେ ଟ୍ରକ୍…

Read More

ଆରମ୍ଭ ହେଲା + ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା

ଆଜିଠୁ ଆରମ୍ଭ ହୋଇଛି + ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା। ଯାହା ୨୮ ତାରିଖ ଯାଏ ଚାଲିବ । ସାମ୍ସ ପୋର୍ଟାଲ୍ ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୩୦ ତାରିଖରେ କଲେଜ ସ୍ତରରେ ସମସ୍ତ ଆବେଦନର ଯାଞ୍ଚ ହେବ । ସାମ୍ସ ଜିଲ୍ଲା ନୋଡାଲ ଅଧିକାରୀ ୨୦୨୫ ଜାନୁଆରୀ ୨ ତାରିଖ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବେ । ଜାନୁଆରୀ ୩ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସମସ୍ତ…

Read More

ସିନେମାଘରେ ଓଡ଼ିଆ ଫିଲ୍ମ ‘ପରବ୍’, ପୁଣିଥରେ ଏକାଠି ସିଦ୍ଧାନ୍ତ-ଅନୁଙ୍କ ଯୋଡି

ଆଜି ସିନେମାଘରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ପରବ୍’। ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ହୋଇଛି ଏହି ଓଡ଼ିଆ ଚଳଚ୍ଚିତ୍ର। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ ରହି ଯାଇଥିବା ଓଡ଼ିଆମାନଙ୍କ ଦୁଃଖ, ଯନ୍ତ୍ରଣା ସମେତ ସୀମାନ୍ତରେ ଦୁଇ ରାଜ୍ୟ ଭିତରେ ଲାଗି ରହିଥିବା ବିବାଦକୁ ନେଇ ଗଢି ଉଠିଛି ଏହି ଚଳଚ୍ଚିତ୍ରର କାହାଣୀ। ଜେପି ମୋସନ ପିକ୍ଚର୍ସ ବ୍ୟାନର ନିବେଦିତ ତଥା ଦୀପେନ୍ଦ୍ର…

Read More

ଏଣିକି ନୂଆବର୍ଷରୁ ମିଳିବ ମାସିକିଆ ରାସନ

ଏଣିକି ଆସନ୍ତା ଜାନୁଆରୀ ମାସରୁ ମାସିକିଆ ରାସନ ପ୍ରଦାନ କରାଯିବ । ପ୍ରତ୍ୟେକ ମାସର ରାସନ ପୂର୍ବ ମାସର ଶେଷ ସପ୍ତାହ ସୁଦ୍ଧା ପ୍ରଦାନ କରାଗଲେ ହିତାଧିକାରୀମାନେ ଉପକୃତ ହୋଇପାରିବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ସ୍ଥଳ ବିଶେଷରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇ ମାସିଆ ରାସନ ମଧ୍ୟ ପ୍ରଦାନ କରାଯିବ । ଏଥି ନିମନ୍ତେ ଡିଲରମାନେ ଠିକଣା ସମୟରେ ସାଧାରଣ ବଣ୍ଟନ ସାମଗ୍ରୀ ଉଠାଣ କରିବା…

Read More

ହାର୍ଟଆଟାକ ହେବା ପୂର୍ବରୁ ମିଳିଥାଏ ଆମକୁ ଏହିସବୁ ସଂକେତ, ଏଭଳି ସଂକେତ ମିଳିଲେ କେବେ ବି କରନ୍ତୁ ନାହିଁ ଅବହେଳା

ଆଜିକାଲି ସମୟରେ ହାର୍ଟ ଆଟାକ ବା ହୃଦଘାତ ଏକ ସାଧାରଣ ସମସ୍ୟା ହୋଇଗଲାଣି ଲ ଏହା କେବଳ ବର୍ତମାନ ଆମ ଜୀବନ ଚର୍ଯ୍ୟାର ପରିବର୍ତନ ଯୋଗୁଁ ଦେଖା ଯାଇଥାଏ l ଏହି କାରଣରୁ ଆମ ଦେଶରେ ପ୍ରତି ୪ଟି ଲୋକଙ୍କ ମଧ୍ୟରୁ ୩ଟି ଲୋକଙ୍କ ନିକଟରେ ହାର୍ଟ ଆଟାକ ଦେଖା ଦେଇଥାଏ l ତା ସହିତ ଅଧିକାଂଶ ଲୋକଙ୍କୁ ମଧ୍ୟ ସାଇଲେଣ୍ଟ ଆଟାକ ମଧ୍ୟ ହୋଇଥାଏ ଯାହାକୁ ସେମାନେ ଜାଣି ପାରି ନଥାଆନ୍ତି l ଠିକ ସମୟ…

Read More

ଆନନ୍ଦବଜାରରେ ଲାଗୁ ହେବ ଡ୍ରେସ୍‌କୋଡ୍‌

ଏଣିକି ଆନନ୍ଦବଜାର ପାଇଁ ଲାଗୁ ହେବ ଡ୍ରେସ୍‌କୋଡ୍‌ । ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନେ ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ । ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି ମିଳିବା ପରେ ସୁଆ ମହାସୁଆର ନିଯୋଗ ଆନନ୍ଦଜାର କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଆସନ୍ତା ୨୫ ତାରିଖକୁ ଏହି ନିୟମ ଲାଗୁ ହେବ ଏବଂ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆନନ୍ଦ ବଜାର ଆସିବେ । ସେପଟେ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଏକ ଅନୁଧ୍ୟାନ…

Read More

ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଚାଲିଥିବା ବିବାଦର ଏଭଳି ନିଷ୍ପତି ନେଲା ଆଇସିସି

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଲାଗି ରହିଥିବା ବିବାଦର ଘଟିଲା ଅନ୍ତ। ଶେଷରେ ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳାଯିବ ବୋଲି ନିଷ୍ପତି ହୋଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ଆଇସିସି। କେବଳ ଏତିକି ନୁହେଁ ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ମୁକାବିଲା ନିରପେକ୍ଷ ସ୍ଥାନରେ ଖେଳାଯିବ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଗୁରୁବାର ହାଇବ୍ରିଡ ମଡେଲ ଉପରେ ମୋହର ମାରିଛି। ଫଳରେ ଆସନ୍ତାବର୍ଷ ପାକିସ୍ତାନରେ…

Read More

ଟ୍ୟାଙ୍କରେ ବୋମା ବିସ୍ଫୋରଣ; ଓଡ଼ିଆ ଯବାନ ସହିଦ୍

ଫାୟାରିଙ୍ଗ ଅଭ୍ୟାସ ବେଳେ ହଠାତ୍‌ ଟ୍ୟାଙ୍କରେ ବୋମା ବିସ୍ଫୋରଣ ହେବ ଫଳରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଥିବା ଖବର ଜଣାପଡିଛି। ସେ ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ବୋଡାଗୁଡା ଗାଁର ଯବାନ ଈଶ୍ବର ତଲିଆ। ଜମ୍ମୁରେ କାର୍ଯ୍ୟରତ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟ ଈଶ୍ୱର ତଲିଆଙ୍କ ଫାୟାରିଙ୍ଗ ବେଳେ ଟ୍ୟାଙ୍କରେ ବୋମା ବିସ୍ଫୋରଣ ହୋଇ ସହିଦ୍ ହୋଇଯାଇଛନ୍ତି ।ରାଜସ୍ଥାନର ଫକରନ୍ ରେଞ୍ଜରେ ଫାୟାରିଙ୍ଗ ଅଭ୍ୟାସ କରିବା ପାଇଁ ଯାଇଥିଲେ । ଅଭ୍ୟାସ ବେଳେ ହଠାତ…

Read More

ଜଗାଙ୍କ ଦର୍ଶନ ପାଇଁ ନୂଆଵର୍ଷରୁ ନୂଆ ସୁବିଧା

ନୂଆବର୍ଷରୁ ଜଗାଙ୍କୁ ଦର୍ଶନକୁ ଦେଖିବା ଆହୁରି ହେବ ସହଜ, ଯେଉଁ କାରଣରୁ ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ, ଅର୍ଥାତ ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ । ଏନେଇ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପକ୍ଷରୁ ସୂଚନା ମିଳିଛି । ସ୍ୱତନ୍ତ୍ର ବ୍ୟାରିକେଡ୍‌ ଯୋଗେ ନୂଆବର୍ଷରୁ ଶ୍ରୀଜୀଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି।ଶ୍ରୀମନ୍ଦିରରେ ବିଶୃଙ୍ଖଳିତ ଆଚରଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Read More

ସାଂସଦ ପ୍ରତାପ ଷଢଙ୍ଗୀ ଆହତ ଘଟଣାକୁ ନେଇ ରାହୁଲ ଦେଲେ ଏଭଳି ପ୍ରତିକ୍ରିୟା

ଆଜି ସଂସଦରେ କଂଗ୍ରେସ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ଠେଲାପେଲା ପରିସ୍ଥତି ସୃଷ୍ଟି ହେବା କାରଣରୁ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀ ଆହତ ହୋଇଯାଇଥିବା ସୂଚନା ମିଳିଛି । ଠେଲାପେଲା ମଧ୍ୟରେ ସାଂସଦ ପ୍ରତାପ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି ।ପରେ ରକ୍ତସ୍ରାବ ହେବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ବର୍ତମାନ ତାଙ୍କ ସ୍ଥିତି ଭଲ ରହିଥିବା ସୂଚନା ମିଳିଛି । ତେବେ ଆଜି ସଂସଦରେ ବିଜେପି ନେତୃତାଧିନ…

Read More