ତରଳୁଛି ହିମାଳୟ
ନୂଆଦିଲ୍ଲୀ: ହିମାଳୟର ହିମହ୍ରଦଗୁଡ଼ିକ ଦ୍ରୁତଗତିରେ ତରଳିବାରେ ଲାଗିଛି। ଏଥିଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା ବଢ଼ିଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍ଜିଟି) ମଙ୍ଗଳବାର ଏହା ଉପରେ ଚିନ୍ତା ପ୍ରକଟ କରିବା ସହ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ଗତ ୧୩ ବର୍ଷ ମଧ୍ୟରେ ହିମାଳୟର ହିମହ୍ରଦଗୁଡ଼ିକ ୧୦.୮୧% ବୃଦ୍ଧିପାଇଛି। ରିପୋର୍ଟ ଅନୁଯାୟୀ, ହିମବାହ ତରଳିବା କାରଣରୁ ବୃହତ୍ ହିମହ୍ରଦ ସୃଷ୍ଟି ହେଉଛି। ସେଗୁଡ଼ିକରେ ଅଧିକ ପରିମାଣର ଜଳ ଜମା ହେଉଥିବାରୁ ବନ୍ୟା…
