Satej News

ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ମାମଲା; ବନ୍ଧା ହେଲେ ପତ୍ନୀ ନିକିତା

ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ମାମଲାରେ ଶେଷରେ ବନ୍ଧା ହେଲେ ଅତୁଲଙ୍କ ସ୍ତ୍ରୀ ନିକିତା । ନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ନିକିତାଙ୍କୁ ଗୁରୁଗ୍ରାମ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି ପ୍ରୟାଗରାଜ ପୋଲିସ୍ । ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ପ୍ରକାଶ ଯେ, ଗତ ୯ ତାରିଖରେ ଜୀବନ ହାରିଥିଲେ ବେଙ୍ଗାଲୁରୁ ଏଆଇ…

Read More

ଆରଆଇ ଓ ଅମିନଙ୍କୁ ମିଳିବ ଲାପଟପ୍

ଓଡିଶାରେ ହେବ ବସୁନ୍ଧରା ଯୋଜନାରେ ପରିବର୍ତ୍ତନ । ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି ହୋଇ ପାରିବନି। ରାଜସ୍ବ ଆଇନ ଓ ସେବାରେ ହେବ ପରିବର୍ତ୍ତନ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେପଟେ ୪ ଡିସିମିଲରୁ କମ ଜମି ଥିବା ଲୋକେ ଭୂମିହୀନରେ ଗଣତି ହେବେ । ୪ ଡିସମିଲ ହେବା ଯାଏଁ ଜମି ପ୍ରଦାନ କରାଯିବ । ରାଜସ୍ବ ବିଭାଗ ଦ୍ବାରା ଆରଆଇ ଓ ଅମିନଙ୍କୁ ଦିଆଯିବ ଲାପଟପ୍ । ବିଭାଗ ଆଧୁନିକିକରଣ…

Read More

ବିନା ଜମାନତରେ କୃଷି ଋଣ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ RBIର ଘୋଷଣା

ଭାରତୀୟ ରିଜର୍ଭ ବ୍ୟାଙ୍କ ବିନା ଜମାନତରେ କୃଷି ଋଣ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛି। ଏବେ ଏହା ୧ ଲକ୍ଷ ୬୦ ହଜାର ଟଙ୍କା ରହିଛି। ବର୍ଦ୍ଧିତ ସୀମା ଆସନ୍ତାମାସ ପହିଲାରୁ ଲାଗୁ ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କିତ ସୂଚନା ପ୍ରଦାନ କରି କହିଛି, ଏହି ନିଷ୍ପଭିର ଉଦ୍ଦେଶ୍ୟ ହେଉଛି କୃଷକଙ୍କୁ ଅଧିକ ଆର୍ଥିକ ସୁବିଧା ପ୍ରଦାନ କରିବା। କୃଷକଙ୍କର ପରିଚାଳନାଗତ ଏବଂ ବିକାଶମୂଳକ ଆବଶ୍ୟକତାକୁ…

Read More

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ମାଲକାନଗିରିରେ ନିର୍ମାଣ ହେବ ଓଡିଶାର ସବୁଠାରୁ ବଡ ଇକୋନୋମି କରିଡର

ମାଲକାନଗିରିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ମାଲକାନଗିରି ଜିଲ୍ଲାରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ହାଇୱେ । ଯାହା ଓଡିଶାର ସବୁଠାରୁ ବଡ ଇକୋନୋମି କରିଡର ହେବ । ତେବେ ମାଲକାନଗିରିରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ବଡ ଘୋଷଣା କରୁଛନ୍ତି। ସେହିପରି ମାଟାପାକା ଠାରେ ଖୁବ୍ ଶୀଘ୍ର ସ୍ଥାପନ ହେବ ସିମେଣ୍ଟ କମ୍ପାନୀ । ଯେଉଁଠି ନିଯୁକ୍ତି ପାଇବେ ଦୁଇ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ଯୁବକ ଯୁବତୀ…

Read More

ହସ୍ପିଟାଲରେ ଲାଲକୃଷ୍ଣ ଆଡ଼ଭାନୀ

ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ। ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ ୯୭ ବର୍ଷୀୟ ଆଡ଼ଭାନୀଙ୍କୁ ଦୁଇ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ବିନୀତ ସୂରୀଙ୍କ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହା ଏକ ରୁଟିନ୍ ଚେକ୍ ଅପ୍ ବୋଲି କୁହାଯାଉଛି।

Read More

IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ । ଦିଲ୍ଲୀ ସିବିଆଇରୁ ଆସିଛି ସମନ । ଗତ ୧୦ ତାରିଖରେ ସିବିଆଇ ତରଫରୁ ଏହି ସମନ ପଠାଇଥିବା ସୂଚନା ମିଳିଛି । ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ରହିଛି । ଏହି ମାମଲାରେ ବିଷ୍ଣୁପଦଙ୍କ ଠାରୁ ତାଙ୍କ ଡ୍ରାଇଭରଙ୍କ ବିଷୟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛି ସିବିଆଇ ।…

Read More

ଫ୍ରାନଙ୍କୋଇସ ବାୟରୁ ହେଲେ ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ

ଫ୍ରାନଙ୍କୋଇସ ବାୟରୁ ହେଲେ ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ । ୭୩ ବର୍ଷୀୟ ଫ୍ରାନଙ୍କୋଇସଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ବାୟରୁ ଚଳିତ ବର୍ଷ ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ । ମାକ୍ରୋନଙ୍କ ଘନିଷ୍ଠ ବାୟରୁଙ୍କ ଲକ୍ଷ୍ୟ ୨୦୨୪ର ବଜେଟକୁ ଆଗକୁ ବଢାଇବା ପାଇଁ ଏକ ସ୍ୱତନ୍ତ୍ର ଆଇନ ପାରିତ କରିବା ଉପରେ ରହିବ । ଏହି ବିଲ୍ ଉପରେ ସଂସଦୀୟ ଗତିରୋଧ ଯୋଗୁଁ ପୂର୍ବତନ ପ୍ରଧାନମନ୍ତ୍ରୀ…

Read More

ବିଧାୟକ ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା ଦରମା !

ଏଣିକି ବିଧାୟକମାନେ ଦରମା ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା । ତେବେ ବଜାରରେ ଦରଦାମ ବଢୁଥିବା ନେଇ ବିଧାୟକଙ୍କ ଚଳଣିରେ ଅସୁବିଧା ହେଇଥିବା ନେଇ ଦାବି କରାଯିବା ପରେ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ସବୁ ଦଳ ଦରମା ବୃଦ୍ଧି ନେଇ ଦାବି କରିବାରୁ ପରିଶେଷରେ ବାଚସ୍ପତି ମଧ୍ୟ ହସ୍ତକ୍ଷେପ କଲେ । ତୁରନ୍ତ କମିଟି ଗଠନ ହୋଇଗଲା । ଚଟାପଟ କମିଟିର ବୈଠକ ବସିଲା । ବୈଠକରେ ସର୍ବସମ୍ମତ ନିଷ୍ପତ୍ତି…

Read More

ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟ ଏବଂ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସଭା ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୮୫ ହୋମିଓପାଥିକ ମେଡିକାଲ ଅଫିସର ଏବଂ ୨୩୯ ରେଡିଓଗ୍ରାଫରଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରି କାମ କରିବାର ସୁଯୋଗ ଦେଇଛନ୍ତି। ସେହିପରି ୫୨ଜଣ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ…

Read More

ଗିରଫ ହେଲେ ପୁଷ୍ପା

‘ପୁଷ୍ପା-୨’ ଫେମ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ । ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହି ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।ପ୍ରକାଶ ଯେ, ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୁଲିସକୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। କିନ୍ତୁ ଥିଏଟର କର୍ତ୍ତୃପକ୍ଷ ଅଲ୍ଲୁ ଅର୍ଜୁନ ଆସୁଥିବା କଥା ଜାଣିଥିଲେ। ଯଦି…

Read More