Satej News

ଅବସର ଘୋଷଣା କଲେ କ୍ରିକେଟର ରବିଚନ୍ଦନ ଅଶ୍ବିନୀ

ଅବସର ଘୋଷଣା କଲେ କ୍ରିକେଟର ରବିଚନ୍ଦନ ଅଶ୍ବିନୀ । ସେ ରୋହିତ ଶର୍ମାଙ୍କ ସହ ପ୍ରେସମିଟରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର କରିଛନ୍ତି। ଗାବି ଟେଷ୍ଟ ପରେ ଏହି ଘୋଷଣା କରୁଛନ୍ତି ଅଶ୍ବିନୀ । ୨୦୧୧ ନଭେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ଡିସେମ୍ବର ୬ ରେ ଆଡିଲେଡ଼ରେ କ୍ୟାରିଅର ଶେଷ ମ୍ୟାଚ ଖେଳିଥିଲେ ।୧୦୬ ଟି ଟେଷ୍ଟ ଖେଳିଛନ୍ତି ଆର . ଅଶ୍ବିନୀ । ଟେଷ୍ଟ ରେ ମୋଟ ୫୩୭ ୱିକେଟ ନେଇଛନ୍ତି…

Read More

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ରେଡ୍‌

ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ରେଡ୍‌ । ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଆଜି ସକାଳୁ ଚାଲିଛି ଏହି ରେଡ୍‌ । ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ସମ୍ବଲପୁର ସ୍ଥିତ ୩ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି । ଦିଲ୍ଲୀରେ ବି ଏକକାଳୀନ ରେଡ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରକାଶ ଯେ, ବିଶ୍ବ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି ସ୍ୱର୍ଗତ କ୍ଷୀରୋଦ…

Read More

ମଝି ନଦୀରେ ବୁଡ଼ିଗଲା ଡଙ୍ଗା, ୨୫ ମୃତ

ମଝି ନଦୀରେ ବୁଡ଼ିଗଲା ଡଙ୍ଗା। ଏହି ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ କଙ୍ଗୋସ୍ଥିତ ଫିମି ନଦୀରେ। ଏହି ଦୁର୍ଘଟଣାରେ ଅନେକ ଶିଶୁଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ। ଦୁର୍ଘଟଣା ପରେ ନିଖୋଜ ଲୋକଙ୍କୁ ଖୋଜା ଖୋଜି ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା…

Read More

ପଦରୁ ହଟିଲେ, ଓଏସଡି ପଦକୁ ଗଲେ ବିଷ୍ଣୁପଦ ସେଠୀ

IAS ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ପଦରୁ ହଟାଇ ଓଏସଡି ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ସେପଟେ ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି । ଏଥିସହ IAS ମନୋଜ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ । ୨୦୦୬ ବ୍ୟାଚର IAS, ଇଣ୍ଟର-କ୍ୟାଡର୍ ଡେପୁଟେସନରେ ଆସିଛନ୍ତି ମନୋଜ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ ।…

Read More

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ମନୋଜ କୁମାର ସାହୁ

IAS ସ୍ତରରେ ଅଦଳବଦଳ କରୁଛନ୍ତି ରାଜ୍ୟ ସରକାର। ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ । ପୂର୍ବରୁ ସେ କେନ୍ଦ୍ର ଉପ (ଡେପୁଟି) ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ଥିଲେ। ୨୦୦୬ ବ୍ୟାଚର ଆଇଏଏସ୍ ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ।ମନୋଜ ସାହୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ଜିଲ୍ଲାପାଳ, କେନ୍ଦ୍ର ଜଳ ଶକ୍ତି…

Read More

ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

ଓଡ଼ିଶା ପୋଲିସର ବିଭିନ୍ନ ବର୍ଗରେ ବର୍ତମାନ ନିଯୁକ୍ତି ଚାଲିଥିବା ବେଳେ କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ମଙ୍ଗଳବାର ଏକ ମାମଲାର ଶୁଣାଣି କରି କୋର୍ଟ ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ବୟସସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ କାରଣରୁ ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ…

Read More

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଦୁଇ ତିନି ଦିନ ଭିତରେ ଭାରା ବନ୍ଧା କାମ ସରିବା ପରେ ଚୁନ ଛଡ଼ା କାମ ଆରମ୍ଭ ହେବ। ଏହାପରେ ଆବଶ୍ୟକ ମରାମତି କରାଯିବ। ଛାତ ଓ କାନ୍ଥର ପଥର ଯୋଡ଼େଇ, ପଥର ପରିବର୍ତ୍ତନ ଓ ବିମ୍‌ ପରିବର୍ତ୍ତନ କାମ ହେବ। ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ବାହାର ପାର୍ଶ୍ବ…

Read More

ଚର୍ଚ୍ଚାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ବ୍ୟାଗ୍

ପୁଣି ଚର୍ଚ୍ଚାରେ ହ୍ୟାଣ୍ଡବ୍ୟାଗକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ । ପାଲେଷ୍ଟାଇନ ପରେ ଏବେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନ ଲେଖାଥିବା ହ୍ୟାଣ୍ଡବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ ପ୍ରିୟଙ୍କା । ଗତକାଲି ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଂସଦ ଆସିବା ବେଳେ ଏକ ହ୍ୟାଣ୍ଡବ୍ୟାଗ୍ ଧରି ଆସିଥିଲେ, ଯେଉଁଥିରେ ‘ପାଲେଷ୍ଟାଇନ୍’ଲେଖାଥିଲା । ପାଲେଷ୍ଟାଇନ ସମର୍ଥନ ବ୍ୟାଗ ନେଇ ସଂସଦରେ ପହଞ୍ଚିବା ପରେ ବିଜେପି ଏହାର ବିରୋଧ କରିଥିଲା । ସେପଟେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନରେ ସଂସଦ ପରିସରରେ…

Read More

ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ

ଆଖି ବୁଝିଲେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ପରଲୋକ ହୋଇଛି। ‘ଚିହ୍ନା ଅଚିହ୍ନା’ ଓ ‘ଦେଖ ଖବର ରଖ ନଜର’ ଆଦି ଫିଲ୍ମ ନିର୍ମାଣ କରିଥିଲେ ସୁରେନ୍ଦ୍ର ଖୁଣ୍ଟିଆ । ଏହା ସହ ବହୁତ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନିଚ୍ଛକ ଅଭିନୟ…

Read More

ଲୋକସଭାରେ ଆଗତ ହେଲା ୱାନ ନେସନ ୱାନ ଇଲେକ୍ସନ ବିଲ୍

ଲୋକସଭାରେ ଆଗତ ହେଲା ବହୁ ଚର୍ଚ୍ଚିତ ୱାନ ନେସନ ୱାନ ଇଲେକ୍ସନ ବିଲ୍ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଦେଶ ଏକ ନିର୍ବାଚନ ବିଲ୍ ଉପସ୍ଥାପିତ କରିଛନ୍ତି । କିଛି ଦଳ ଏହି ବିଲକୁ ସମର୍ଥନ କରିଥିବା ବେଳେ କିଛି ବିରୋଧ କରିଛନ୍ତି। କଂଗ୍ରେସ, ସପା. ଟିଏମସି, ଏଆଇଏମଆଇଏମ ବିଲର ଦୃଢ ବିରୋଧ କରିଛନ୍ତି । ଗୃହରେ ହୋ ହାଲ୍ଲା ପରିସ୍ଥିିତି ଉପୁଜିଛି । ୧୫ ରାଜନୈତିକ ଦଳ ଏହାକୁ ବିରୋଧ…

Read More