Satej News

ଭୁବନେଶ୍ବର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା, ଏକାଧିକ ଲୋକ ଆହତ ସୂଚନା

ଭୁବନେଶ୍ବର ଜାଭିୟର ଛକ ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି। ଏକ କାର୍, ଟାଟା ମ୍ୟାଜିକ୍, ଅଟୋ ଓ ଡାଲା ଅଟୋ ମଧ୍ୟରେ ପଛକୁ ପଛକୁ ପିଟି ହୋଇ ଏହି ଦୁର୍ଘଟଣା ହୋଇଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ଜାଭିୟର ଛକରେ ରାସ୍ତା ଜାମ୍ ହୋଇଛି। ଫଳରେ ଯାନାବହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କାର୍ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ଆଣି କାର୍ ଡ୍ରାଇଭରଙ୍କୁ ଉତ୍ତ୍ୟକ୍ତ…

Read More

ଶ୍ରୀମନ୍ଦିର ପାଇଁ ଗଠନ ହେବ ନୂଆ ପରିଚାଳନା କମିଟି

ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍ । ୧୮ ନଭେମ୍ବର ୨୦୨୪ରେ ହାଇକୋର୍ଟ ଦେଇଥିବା ରାୟ ଅନୁସାରେ, ନୂଆ ପରିଚାଳନା କମିଟି ଗଠନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ । ୭ଟି ଫର୍ମୁଲା ଆପଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ୫ଜଣ ସେବାୟତ ନୂଆ ପରିଚାଳନା କମିଟିକୁ ମନୋନୀତ ହେବେ । ସେବକଙ୍କ ସମର୍ପଣ ଓ ନିଷ୍ଠା ଦେଖି ନିଆଯିବ ନିଷ୍ପତ୍ତି…

Read More

ଆସନ୍ତାକାଲି ପର୍ଯ୍ୟନ୍ତ ଫସଲ କ୍ଷୟକ୍ଷତି ଆକଳନ କରାଯିବ, ଡିବିଟି ଜରିଆରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଶନିବାର ଫସଲ କ୍ଷତି ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୩୦ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତି ଆକଳନ କରାଯିବ। ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ। ବୀମା କରିଥିବା ଚାଷୀ ଓ କରି ନ ଥିବା ଚାଷୀମାନେ ଏହି କ୍ଷତିପୂରଣ ପାଇବେ। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରିଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ରବିବାର…

Read More

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ

ଆଜି ଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ଶେଷ ହୋଇଛି। ତାଙ୍କ ଝିଅ ପିତାଙ୍କୁ ମୁଖାଗ୍ନି ଦେଇଥିଲେ। ଏହାପୂର୍ବରୁ ତାଙ୍କର ଶେଷ ଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ନିଗମ ବୋଧ ଘାଟକୁ ନିଆଯାଇଥିଲା। ଏଥିରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ। ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା…

Read More

ମନମୋହନ ସିଂଙ୍କ ସ୍ମାରକସ୍ଥଳ ନିର୍ମାଣକୁ ନେଇ ତେଜିଲା ରାଜନୀତି

ଆରମ୍ଭ ହୋଇଛି ମନମୋହନ ସିଂଙ୍କ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟ । ଦିଲ୍ଲୀ ନିଗମବୋଧ ଘାଟରେ ହେବ ଅନ୍ତିମ ସଂସ୍କାର । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ପ୍ରତିରକ୍ଷା ମନ୍ତ୍ରୀଳୟକୁ ଆବଶ୍ୟକ ବନ୍ଦୋବସ୍ତ କରିବା ପାଇଁ କେନ୍ଦ୍ରର ଚିଠି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ରାତିରେ ଘୋଷଣା କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ଥାୟୀ ସ୍ମାରକସ୍ଥଳ ନିର୍ମାଣ ପାଇଁ ସରକାର ସ୍ଥାନ ବଣ୍ଟନ କରିବେ। ତେବେ…

Read More

କପିଳାସ ହେଲା ପ୍ଲାଷ୍ଟିକ୍ ନିଷିଦ୍ଧାଞ୍ଚଳ, ନିୟମ ନମାନିଲେ ୫୦୦ ଟଙ୍କା ଜରିମାନା

ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସକୁ ପ୍ଲାଷ୍ଟିକ୍ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କରାଯାଇଛି । ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କପିଳାସ ଛକ ଠାରୁ କପିଳାସ ପୀଠ, ପାର୍କିଂ ସ୍ଥଳ ଓ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଅଞ୍ଚଳ କଟକଣାଭୁକ୍ତ ହୋଇଛି । ଅମାନ୍ୟକଲେ ୫୦୦ ଟଙ୍କାର ଜରିମାନା ପ୍ରାବଧାନ ରଖାଯାଇଛି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ କପିଳାସ…

Read More

ଜାନୁଆରୀ ୩ରୁ ୟୁଜିସି ନେଟ୍ ପରୀକ୍ଷା

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ୧୬ ତାରିଖ ଯାଏ ଚାଲିବ । ୮୫ଟି ବିଷୟରେ ଏହି ପରୀକ୍ଷା ହେବ । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ୍ ରେ ଏହି ପରୀକ୍ଷା ହେବ । ୨ଟି ସିଫ୍ଟରେ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୩ରେ…

Read More

ନୂତନ ଲ’ କମିଶନ ଗଠନ କଲେ ରାଜ୍ୟ ସରକାର, ଜଷ୍ଟିସ୍ ବିଶ୍ୱନାଥ ରଥ ହେଲେ ଅଧ୍ୟକ୍ଷ

ରାଜ୍ୟ ସରକାର ନୂତନ ଲ’ କମିଶନ ଗଠନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ଲ’ କମିଶନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏନେଇ ଶୁକ୍ରବାର ଆଇନ ବିଭାଗ ବିଜ୍ଞପ୍ତି ପକ୍ଷରୁ ପ୍ରକାଶ ପାଇଛି । ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ୍ ବିଶ୍ୱନାଥ ରଥ ଲ’ କମିଶନର ଅଧ୍ୟକ୍ଷ ରହିବେ । ଆଡଭୋକେଟ୍ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ପ୍ରମୁଖ ସଚିବ କମିଶନର ଏକ୍ସ…

Read More

ଜିରୋ ନାଇଟରେ ଚୋରା ମଦ ବିକିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଜିରୋ ନାଇଟ ସେଲିବ୍ରେସନକୁ ନେଇ ଅବକାରୀ ବିଭାଗର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର କଡା ନଜର ରହିଛି। ଜିରୋ ନାଇଟର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ। ଆଗାମୀ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଜିରୋ ନାଇଟ ପାଇଁ କାହାକୁ ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Read More

ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଓଡିଶା ଗସ୍ତ ବାତିଲ

ଆସନ୍ତାକାଲି ଓଡିଶା ଆସିବାର ଗୃହମନ୍ତ୍ରୀ ଅମିତ୍ ଶାହା ଗସ୍ତ ବାତିଲ ହୋଇଯାଇଛି। ଏନେଇ ଯାଜପୁର ସାଂସଦ ରବି ନାରାୟଣ ବେହେରା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ପୂର୍ବତନ ମନମୋହନ ସିଂଙ୍କ ଦେହାନ୍ତ ପରେ ଏବେ ଦେଶ ଗୋଟିଏ ସପ୍ତାହ ପାଇଁ ଶୋକ ପାଳୁଛି । ଏହାକୁ ସମ୍ମାନ ଦେଇ ଗୃହମନ୍ତ୍ରୀ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି । ଆସନ୍ତା କାଲି ସେ ଓଡିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା ।

Read More