Satej News Desk

ପୁଣି ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ, ଦିଲ୍ଲୀରେ ତେଜିଲା ବୟାନବାଜି

ନୂଆଦିଲ୍ଲୀ: ଦିଲ୍ଲୀରେ ମତଦାନ ଦିନ ଯେତିକି ପାଖେଇ ଆସୁଛି, ବୟାନବାଜିଠୁ ଆରମ୍ଭ କରି ଅଶାନ୍ତି ବଢିବାରେ ଲାଗିଛି । ଶନିବାର ସନ୍ଧ୍ୟାରେ ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ ଉପରକୁ ପଥର ମାଡ଼ କରିଥିବା ଗୁରୁତର ଅଭିଯୋଗ ହୋଇଛି। ଏ ନେଇ ଆପ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛି। ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କିଛି ଲୋକ କଳା…

Read More

ସୈଫଙ୍କ ଆକ୍ରମଣକାରୀକୁ ଟ୍ରେନରୁ ଧରିଲା ପୋଲିସ, କିନ୍ତୁ ଏବେ ବି ପୋଲିସ…

ରାୟପୁର: ବଲିଉଡର ଜଣାଶୁଣା ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆକାଶକୁ ପଚରାଉଚରା କରାଯାଉଛି। ସନ୍ଦିଗ୍ଧ ଆକାଶକୁ ଛତିଶଗଡ଼ରୁ ଗିରଫ କରାଯାଇଛି। ସନ୍ଦିଗ୍ଧ ଜଣକ ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପୁଲିସ ସହାୟତାରେ ଆକାଶକୁ ଟ୍ରେନରୁ ଓହ୍ଲାଇ ପଚରାଉଚରା ପାଇଁ ନିଆଯାଇଛି। ଖୁବଶୀଘ୍ର ଧରାପଡ଼ିଥିବା ସନ୍ଦିଗ୍ଧକୁ ମୁମ୍ବାଇ ପୁଲିସ ଟିମ୍ ପଚରାଉଚରା କରିବ। ତେବେ ଆସନ୍ତୁ ଜାଣିବା ସନ୍ଦିଗ୍ଧ ଜଣକ ଏପର୍ଯ୍ୟନ୍ତ…

Read More

ସିମେଣ୍ଟ କାରଖାନାରେ ଅଘଟଣ, ପରବର୍ତ୍ତୀ ଆଦେଶ ଯାଏ ବନ୍ଦ ରହିଲା ଡାଲମିଆ ସିମେଣ୍ଟ

ସୁନ୍ଦରଗଡ଼: ଅଘଟଣ ପରେ ସୁରକ୍ଷା ଦୃଷ୍ଟିରୁ ଡାଲମିଆ ସିମେଣ୍ଟର କେପି ପାୱାର ପ୍ଲାଣ୍ଟରେ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଖାନା ଓ ବଏଲର ଉପନିର୍ଦେଶକ ଏହି ନିର୍ଦ୍ଦେଶନାମା ଜାରି କରି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ କାରଖାନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୧୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଏକ କୋଇଲା ହପର ଭୁଶୁଡ଼ିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାପରେ ଏପରି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ପକ୍ଷରୁ…

Read More

ବିମା ନଥାଇ ଗାଡ଼ି ଚଳାଇଲେ ମୋବାଇଲକୁ ଆସିବ ଜୋରିମାନା

ଭୁବନେଶ୍ୱର: ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୈଧ ବୀମା ନଥିବା ଗାଡ଼ି ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏହି ନୂଆ ନିଷ୍ପତ୍ତି ଅନୁଯାୟୀ ୨୦୨୫ ଫେବ୍ରୁଆରି ପହିଲାରୁ ସ୍ୱୟଂଚାଳିତ ବ୍ୟବସ୍ଥା ଜରିଆରେ ଏଭଳି ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇ ଦଣ୍ଡିତ କରାଯିବ। ଏହି ପ୍ରକ୍ରିୟାରେ ଇ-ଚାଲାଣ ଜାରି କରାଯିବା ସହ ଓଡ଼ିଶାର ସମସ୍ତ ୨୨ଟି ଟୋଲ୍ ପ୍ଲାଜାରେ ଏହି ସ୍ୱୟଂଚାଳିତ ବ୍ୟବସ୍ଥା…

Read More

ସ୍ମାର୍ଟ ମିଟର ବିବାଦ, ଶକ୍ତିମନ୍ତ୍ରୀ ଦେଲେ ବଡ଼ ପରାମର୍ଶ

ଭୁବନେଶ୍ୱର: ସ୍ମାର୍ଟ ମିଟର ଭଳି ବୈଷୟିକ ଜ୍ଞାନକୌଶଳକୁ ଆପଣେଇବା ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଯେଉଁମାନେ ନୂଆ ସ୍ମାର୍ଟ ମିଟରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ଲିଖିତ ଅଭିଯୋଗ ଦାଖଲ କରିବାକୁ ହେବ ବୋଲି ଉପମୁଖ୍ଯମନ୍ତ୍ରୀ କହିଛନ୍ତି। ବର୍ତ୍ତମାନର ପାରମ୍ପରିକ ମିଟରଗୁଡ଼ିକୁ ପରୀକ୍ଷା କରାଯିବ ଯାହାଦ୍ୱାରା ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ସିଂହଦେଓ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ମୌଖିକ ଅଭିଯୋଗ ଯଥେଷ୍ଟ ନୁହେଁ ବୋଲି…

Read More

ରାଜ୍ଯରେ ୪ ଲକ୍ଷ ଟିକସଦାତା ରାସନ କାର୍ଡର ଲାଭ ନେଉଛନ୍ତି, ପୂର୍ବ ସରକାରକୁ ଟାର୍ଗେଟ କଲେ ମନ୍ତ୍ରୀ

ଭୁବନେଶ୍ୱର: ନିୟମିତ ଭାବେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ରାଜ୍ୟର ପ୍ରାୟ ୪ ଲକ୍ଷ ଲୋକ ରାସନ ବଣ୍ଟନ ଯୋଜନାର ଅଯଥା ଫାଇଦା ଉଠାଉଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଏହି ଯୋଜନା ସାଧାରଣତଃ ସେମାନଙ୍କ ପାଇଁ ହୋଇଥାଏ ଯେଉଁମାନେ ପ୍ରକୃତରେ ଅଭାବୀ ବା ଆର୍ଥିକ ଦାରିଦ୍ର୍ଯତାର ସାମ୍ମା କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏଭଳି ପ୍ରସଙ୍ଗ ସାମ୍ନାକୁ ଆସିଛି ଏବଂ ତଥ୍ୟ ଯାଞ୍ଚ କରିବାକୁ…

Read More

ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀଙ୍କ ପାଇଁ ଅନେକ କଠୋର ନିୟମ ଲାଗୁ କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ସୁଦ୍ଧା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାକୁ ନ ମାନିଲେ ବାର୍ଷିକ ଇନକ୍ରିମେଣ୍ଟ, ପଦୋନ୍ନତି ଓ ଆର୍ଥିକ ପୁରସ୍କାର ବନ୍ଦ ହେବା ଭଳି ପରିଣାମ ଭୋଗିବାକୁ ପଡ଼ିବ। ନିକଟରେ ପ୍ରଶାସନିକ ସମୀକ୍ଷା ବେଳେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶୃଙ୍ଖଳା ଓ…

Read More

ଓବିସି ପ୍ରସଙ୍ଗରେ ପୁଣି ଥରେ ବିଜେଡି ଓ ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ (ବିଜେଡି) ଜାତିଗତ ଜନଗଣନା ଦାବିକୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିବା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣ ବଜାୟ ରଖିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଛି। ସାଂସଦ ଗଣେଶ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓବିସି କଲ୍ୟାଣ ସଂସଦୀୟ କମିଟି ସହ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରତିନିଧିମାନେ ଆଲୋଚନା କରିଥିଲେ। କୌଣସି ଜାତିଗତ…

Read More

ରାଜଗାଙ୍ଗପୁର ସିମେଣ୍ଟ କାରଖାନା ଭୁଶୁଡ଼ିବା ଘଟଣା: ଭଗ୍ନାବଶେଷ ତଳେ ଫସି ରହିଛନ୍ତି ୩ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି

ସୁନ୍ଦରଗଡ଼: ଗୁରୁବାର ରାତିରେ ଡାଲମିଆ ସିମେଣ୍ଟ କାରଖାନାରେ ଦୁର୍ଘଟଣା ଘଟିଛି । କୋଇଲା ହପର ଖସିପଡ଼ିବା ପରେ ଭଗ୍ନାବଶେଷ ତଳେ ଏବେ ବି ୩ ଜଣ ଶ୍ରମିକ ଫସି ରହିଛନ୍ତି। କୋଇଲା ହପର ଭୁଶୁଡ଼ିବା ପରେ ସୃଷ୍ଟି ହୋଇଥିବା ପରିସ୍ଥିତିରୁ ବର୍ତ୍ତମାନ ସୁଦ୍ଧା ୬୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, କୋଇଲା ଭଗ୍ନାବଶେଷ ତଳେ ଏବେ ବି ୩ ଜଣ ଶ୍ରମିକ ନିଖୋଜ ଅଛନ୍ତି। ବଏଲରକୁ ସ୍ଥାନାନ୍ତର ହେବା ପୂର୍ବରୁ ବିପୁଳ…

Read More

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପ୍ରସ୍ତାବରେ ସ୍ୱର ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ଦାବିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିକଟରେ ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ଏକ କର୍ମଶାଳାରେ ଏହି ପ୍ରସ୍ତାବ ଉପସ୍ଥାପନ କରାଯାଇଛି ବୋଲି ସେ କହିଛନ୍ତି। ଆମେ ନିର୍ବାଚନୀ ଇସ୍ତାହାରରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲୁ। ଏହି ପ୍ରସ୍ତାବ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବିଚାରାଧୀନ ରହିଛି। ଗତ ଜାନୁଆରି ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ରାଜସ୍ଥାନ ଗସ୍ତ…

Read More