ନବ ଦାସ ହତ୍ୟା କାଣ୍ଡ: ବିବାଦ ଓ ରାଜନୈତିକ ଅଭିଯୋଗ ଭିତରେ ସିବିଆଇ ତଦନ୍ତ ଦାବି କଲା ପରିବାର
ଝାରସୁଗୁଡା, ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ତଦନ୍ତରେ ତ୍ରୁଟି ରହିଥିବା ତାଙ୍କ ଦୁଇ ସନ୍ତାନ ଅଭିଯୋଗ କରିଛନ୍ତି । ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିଛନ୍ତି । ଦୀପାଳି ରବିବାର କହିଛନ୍ତି ଯେ ତାଙ୍କ ପରିବାର ଏହି ବିଷୟରେ ଆଲୋଚନା କରୁଛନ୍ତି ଏବଂ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିବେ। ପୂର୍ବରୁ କ୍ରାଇମବ୍ରାଞ୍ଚ…
