Satej News Desk

ଖଣ୍ଡଗିରି ବୈକୁଣ୍ଠଧାମ ଉପରେ ଗର୍ଜିବ ବୁଲଡୋଜର, ରହିତାଦେଶ ଉଚ୍ଛେଦ କଲେ ହାଇକୋର୍ଟ

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଥିବା ବୈକୁଣ୍ଠ ଧାମ ଆଶ୍ରମ ଉଚ୍ଛେଦ ପ୍ରକ୍ରିୟା ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ହାଇକୋର୍ଟ ଉଚ୍ଛେଦ କରିଛନ୍ତି। ଗତ ବର୍ଷ ନଭେମ୍ବର ୨୧ତାରିଖରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଆଶ୍ରମର ଢାଞ୍ଚା ବିରୋଧରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ନନେବାକୁ ସାମୟିକ ଆଶ୍ୱସ୍ତି ମିଳିଥିଲା। ଆବେଦନକାରୀଙ୍କ କହିବା ଅନୁଯାୟୀ, ବୈକୁଣ୍ଠ ଧାମ ଟ୍ରଷ୍ଟ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଯୋଗ ଶିକ୍ଷାନୁଷ୍ଠାନ ପାଇଁ ନିଆଯାଇଥିଲା । ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (ଏସ୍ ଏବଂ…

Read More

ଶେଷରେ ଏଠି ଟାୟାର ବି ମିଳିଲା ନକଲି!

କଟକ: ତେଲ, ମସଲା, ମୋବିଲ, ସିମେଣ୍ଟ ପରେ ଏବେ ଟାୟାର ତିଆରିକୁ ନେଇ ବଡ଼ ଖୁଲାସା ହୋଇଛି । ହଁ ଆଜ୍ଞା ଆପଣ ଯେଉଁ ଅଞ୍ଚଳ କଥା ଭାବୁଛନ୍ତି ତାହା ହେଉଛି ଏହି ସ୍ଥାନ। ଯାହା କ ରୁ ଆରମ୍ଭ କରେ ଶେଷ ଅର୍ଥାତ କଟକ । ସହରର ଜଗତପୁର ଅଞ୍ଚଳରେ ଥିବା ଏକ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଟାୟାର ଜବତ କରିଛି ପୁଲିସ। ବିରୁପା ବ୍ରିଜ ନିକଟରେ ଚାଲିଥିବା ଏହି ୟୁନିଟରୁ…

Read More

ଯୁକ୍ତ ୨ ପରୀକ୍ଷାରେ କପି ରୋକିବା ପାଇଁ ସିଏଚଏସଇର ନୂଆ ପଦକ୍ଷେପ

ଭୁବନେଶ୍ୱର: ଆସନ୍ତା ଯୁକ୍ତ ୨ ପରୀକ୍ଷାରେ କପି ରୋକିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଛି।ପରୀକ୍ଷାରେ କପି ରୋକିବା ପାଇଁ ଏହି ନୂଆ ପଦକ୍ଷେପ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷା ପରିଚାଳନା ତଦାରଖ ପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଧାରିତ ହୋଇଥିବା ଜିଲ୍ଲାସ୍ତରୀୟ ସ୍କ୍ବାଡ୍ ଗୁଡ଼ିକୁ ପ୍ରତ୍ୟେକ ଜିଲ୍ଲାରେ ମୁତୟନ କରାଯିବ। ଏହି ଟିମ୍ ପରୀକ୍ଷାର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବେ, ଯାହାଦ୍ୱାରା ଶୈକ୍ଷିକ ବାତାବରଣ…

Read More

ରାଜଧାନୀ ହତ୍ୟାକାଣ୍ଡ ମାମଲାରେ ସିନ୍ ରିକ୍ରିଏସନ କଲା ପୋଲିସ!

ଭୁବନେଶ୍ୱର: ରସୁଲଗଡ଼ ଓଭରବ୍ରିଜରେ ସହଦେବ ନାୟକ ହତ୍ୟା ମାମଲାରେ ପୁଲିସ ତଦନ୍ତ କରୁଛି। ପୁଲିସ ମିତ୍ର ବୋଲି ସେ କାମ କରୁଥିଲା । ଖାସ କରି ବେଆଇନ ବ୍ରାଉନ ସୁଗାର କାରବାରକୁ ନେଇ ପୋଲିସକୁ ଖବର ଦେଉଥିଲେ । ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ସହଦେବ ନାୟକଙ୍କୁ ହତ୍ୟା କରିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏହାପରେ ପୁଲିସ ଗତକାଲି ଅପରାହ୍ନରେ ଭୁବନେଶ୍ୱର କେଦାରପଲ୍ଲୀ ଅଞ୍ଚଳରୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରି ତଦନ୍ତ…

Read More

ପୁରୀରେ ଜାନୁଆରି ୨୦ରୁ ଧାଡ଼ି ଦର୍ଶନ, ୧୦୦ ଟଙ୍କାରେ ମିଳିବ ମହାପ୍ରସାଦ!

ପୁରୀ: ଜଗନ୍ନାଥ ମନ୍ଦିରରେ ଧାଡି ଦର୍ଶନର ନୂଆ ବ୍ୟବସ୍ଥାର ପରୀକ୍ଷା ମୂଳକ ଭାବେ ଜାନୁଆରି ୨୦ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ପୃଥକ ଧାଡ଼ି ବ୍ୟବସ୍ଥା ଲାଗୁ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ଶ୍ରଦ୍ଧାଳୁ ଯେପରି ଦେବାଦେବୀଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ନୂଆ ବ୍ୟବସ୍ଥା ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କୌଣସି ଭକ୍ତ ଯେପରି ଦେବାଦେବୀଙ୍କ ଦର୍ଶନରୁ…

Read More

ରାତି ହେଲେ ଥରୁଛି ଓଡ଼ିଶା, ୬ ଡିଗ୍ରି ତଳକୁ ଖସିଲା ତାପମାତ୍ରା

ଭୁବନେଶ୍ୱର: ଶୀତ ଲହରୀ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୬ ଡିଗ୍ରି ତଳକୁ ଖସି ଆସିଛି। ଏହାବ୍ୟତୀତ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ପାରଦ ୧୨ ଡିଗ୍ରି ତଳକୁ ଖସିଆସିଛି। ବୁଧବାର ଓ ଗୁରୁବାର ମଧ୍ୟରାତ୍ରିରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୬.୪, କେନ୍ଦୁଝରରେ ୮.୮, ହୀରାକୁଦରେ ୧୧.୨ ଓ ସମ୍ବଲପୁରରେ ୧୧.୬ ଡିଗ୍ରି ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ପାଣିପାଗ…

Read More

ପୋଲିସ ରିମାଣ୍ଡରେ ନେବା ବେଳେ ଭୋ ଭୋ ହୋଇ କାନ୍ଦିଲେ ହଂସିତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ପରିଚୟ ଦେଇ ବିଲଡର, ବ୍ୟବସାୟୀ ଓ ଖଣି ମାଲିକଙ୍କୁ ଠକିଥିବା ରିୟଲ ଲାଇଫ ‘ବବଲି’ ହଂସିତା ଅଭିଲିପ୍ସାଙ୍କୁ ରିମାଣ୍ଡରେ ନେବା ବେଳେ କାନ୍ଦି ପକାଇଥିଲେ ଏବଂ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଦାବି କରିଛନ୍ତି। ଭାବପ୍ରବଣ ହୋଇ ହଂସିତା କହିଛନ୍ତି ଯେ ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି। ତାଙ୍କ ବୟାନରେ ସେ କହିଛନ୍ତି, ମୁଁ ସମସ୍ତ ସତ୍ୟକୁ ଉନ୍ମୋଚନ କରିବି ଏବଂ ମିଛକୁ ଉନ୍ମୋଚନ କରିବି…

Read More

ଭବିଷ୍ୟତ ‘ଯୁଦ୍ଧ’ରେ ନୁହେଁ, ବରଂ ‘ବୁଦ୍ଧ’ରେ ଅଛି: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟଙ୍କୁ ଧନ୍ୟବାଦ ଜଣାଇବା ସହ ମାନବିକତାର ସ୍ୱାର୍ଥ ପାଇଁ ଯୁଦ୍ଧ ନୁହେଁ, ବିକାଶର ମାର୍ଗ ଅନୁସରଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଦୟଗିରି, ଖଣ୍ଡଗିରି ଗୁମ୍ଫା ହେଉ କିମ୍ବା ପ୍ରସିଦ୍ଧ କୋଣାର୍କ ମନ୍ଦିର ସବୁ ପାଦରେ ଓଡ଼ିଶା ଭାରତର ଐତିହ୍ୟକୁ ପ୍ରତିନିଧିତ୍ୱ କରୁଛି। ପ୍ରାଚୀନ କାଳରେ ଓଡ଼ିଶାର ନାବିକମାନେ ଇଣ୍ଡୋନେସିଆର ବାଲିକୁ ଆସୁଥିଲେ ଏବଂ ଆଜି ବି ଓଡ଼ିଶା ବାଲିଯାତ୍ରା ପାଳନ କରିଥାଏ…

Read More

ସାମ୍ବାଦିକଙ୍କୁ ଆକ୍ରମଣ କରି ନିଲମ୍ବିତ ହେଲେ ୨ ବିଦ୍ୟୁତ ବିଭାଗର କର୍ମଚାରୀ, ଗଲେ ଜେଲ୍

ବଲାଙ୍ଗୀର: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଣ୍ଟାବାଞ୍ଜିର ଇଲେକଟ୍ରିକାଲ ଏସଡିପିଓ ଜଗନ୍ନାଥ ପତି ଓ ମୁରିବାହାଲର ଇଲେକଟ୍ରିକାଲ ଇଞ୍ଜିନିୟର ଚିନ୍ମୟ ସାହୁଙ୍କୁ ପୁଲିସ ଗିରଫ କରିଛି। ଏହାପରେ ବଲାଙ୍ଗୀର ପୁଲିସ ବିଦ୍ୟୁତ ବିଭାଗର ଗିରଫ ଦୁଇ ଅଧିକାରୀଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଧିକାରୀଙ୍କ ବିରୋଧରେ ଆଇନର ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉଭୟ ଜଗନ୍ନାଥ ପତି ଓ ଚିନ୍ମୟ ସାହୁଙ୍କୁ ନିଲମ୍ବିତ କରି…

Read More

ପ୍ରଦୀପ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀ କରି କେଉଁ ଆଇପିଏସଙ୍କୁ ଟାର୍ଗେଟ କଲେ?

ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଚାକିରି ଦେବା ନାଁରେ ଦୁର୍ନୀତି ମାମଲାରେ ଦୋଷମୁକ୍ତ ହେବା ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପାଣିଗ୍ରାହୀ ବିରୋଧୀ ବିଜୁ ଜନତା ଦଳ (ବିଜେଡି)କୁ ସମାଲୋଚନା କରିଛନ୍ତି। ତାଙ୍କୁ ବହିଷ୍କାର କରିବା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଓଡ଼ିଶାବାସୀ ତ୍ୟାଗ କରିଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ନିକଟରେ ବ୍ରହ୍ମପୁର ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ-ଗ୍ରାମୀଣ ଅଦାଲତରୁ ଦୋଷମୁକ୍ତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ତାଙ୍କ ବିରୋଧରେ…

Read More