କେନ୍ଦୁଝରରେ ତିଆରି ହେବ ଷ୍ଟିଲ୍ ପ୍ଲାଣ୍ଟ, ଖୁବଶୀଘ୍ର ହେବ ଏମଓୟୁ: ମୁଖ୍ୟମନ୍ତ୍ରୀ
କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କେନ୍ଦୁଝର ଜିଲ୍ଲାରେ ଏକ ବୃହତ ଇସ୍ପାତ କାରଖାନା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହେବାକୁ ଯାଉଛି ବୋଲି କହିଛନ୍ତି । ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ ଅବସରରେ ଏହି ଘୋଷଣା କରିଛନ୍ତି। ଆସନ୍ତା ଜାନୁଆରି ୨୮ ଓ ୨୯ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା (ମେକ୍ ଇନ୍ ଓଡ଼ିଶା) ସମ୍ମିଳନୀରେ ଏହି ବୁଝାମଣାପତ୍ରର ଆନୁଷ୍ଠାନିକ…
