ସୂର୍ଯ୍ୟ କୁମାରଙ୍କ ଉପରେ ଟିମ ଦାୟିତ୍ୱ
ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଭାବରେ ଓ ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି।
ଦଳ ଘୋଷଣା ପୂର୍ବରୁ ଚୟନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ନାମ ଉପରେ ଆଲୋଚନା କରି ଶେଷରେ ୧୫ ଜଣିଆ ଦଳକୁ ଚୂଡ଼ାନ୍ତ କରାଗଲା।
ଓପେନିଂ ବିଭାଗରେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ସ୍ଥାନ ମିଳିଛି। ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ତିଲକ ବର୍ମା, ଅକ୍ଷର ପଟେଲ, ରିଙ୍କୁ ସିଂ ଓ ଶିବମ ଦୁବେଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି, ଉଇକେଟ୍ କିପିଙ୍ଗ ପାଇଁ ଜିତେଶ ଶର୍ମାଙ୍କୁ ବିକଳ୍ପ ରଖାଯାଇଛି।
ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଓ ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି।
ସୂର୍ଯ୍ୟକୁମାର ଯାଦବ (କ୍ୟାପଟେନ), ଶୁବମନ ଗିଲ (ଉପ-କ୍ୟାପଟେନ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା ଓ ରିଙ୍କୁ ସିଂ।
