ମହମ୍ମଦ ସିରାଜଙ୍କୁ ଡେଟ୍ କରୁଛନ୍ତି ଆଶା ଭୋସଲେଙ୍କ ନାତୁଣୀ?

ମୁମ୍ବାଇ: ନିକଟରେ ମହମ୍ମଦ ସିରାଜଙ୍କ ସହ ଆଶା ଭୋସଲେଙ୍କ ନାତୁଣୀ ଜନାଇ ଭୋସଲେଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ଦୁହିଁଙ୍କ ମଧ୍ୟରେ ଡେଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜନାଇ ତାଙ୍କ ୨୩ତମ ଜନ୍ମଦିନ ପାଳନ କରୁଥିଲେ । ଏହି ସମୟର ଫଟୋଟି ଉଠାଯାଇଛି । ଯେଉଁଥିରେ ଦୁହେଁ ଖୁସିର ମୁହୂର୍ତ୍ତ ବିତାଉଥିବାର ଦେଖିବାକୁ ମିଳିଛି। ତେବେ ଏବେ ଜନାଇ ଓ ମହମ୍ମଦ ସିରାଜ ନିଜ ବନ୍ଧୁତା ସ୍ପଷ୍ଟ କରିଛନ୍ତି।

ଜନାଇ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାଇରାଲ ଫଟୋ ସେୟାର କରି ଉଭୟଙ୍କ ମଧ୍ୟରେ ଭାଇ-ଭଉଣୀ ସମ୍ପର୍କକୁ ସୁନିଶ୍ଚିତ କରିଛନ୍ତି। ସେ ଏକ କବିତା ଲେଖିଛନ୍ତି, ଯେଉଁଥିରେ ସେ ଜନାଇଙ୍କ ପ୍ରତି ତାଙ୍କର ଭାଇଚାରା ବିଷୟରେ ଉଲ୍ଲେଖ କରିଛନ୍ତି । କବିତାରେ ଲେଖାଯାଇଛି, ‘ମୋ ଭଉଣୀ ଭଳି ଭଉଣୀ ଆଉ କେହି ନାହାନ୍ତି। ତା ବିନା ମୁଁ କେଉଁଠି ବି ରହିପାରିବି ନାହିଁ। ଯେମିତି ନକ୍ଷତ୍ରରେ ଚନ୍ଦ୍ର ଅଛି, ମୋ ଭଉଣୀ ହଜାରେରେ ଅଛି।

ଭାଇରାଲ ଫଟୋରେ ଜନାଇ ଭୋସଲେ କଳା ରଙ୍ଗର ସିକ୍ୱିନ୍ ଡ୍ରେସ୍ ପିନ୍ଧିଥିବା ବେଳେ ସିରାଜ କଳା ଟି-ସାର୍ଟ ଓ ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହାପରେ ସୋଶିଆଲ ମିଡିଆରେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ବଢ଼ିଛି ।

ଜନାଇଙ୍କ ଜନ୍ମଦିନ ପାର୍ଟିରେ ଶ୍ରେୟସ ଆୟର, ସିଦ୍ଧେଶ ଲାଡ ଏବଂ ସୁଇଶ ପ୍ରଭୁଦେଶାଇଙ୍କ ଭଳି ଅନେକ କ୍ରିକେଟର ମଧ୍ୟ ଯୋଗ ଦେଇଥିଲେ। ଅଭିନେତ୍ରୀ ତଥା ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ଆୟେଶା ଖାନ୍ ଏବଂ ଅଭିନେତା ଅଭୟ ବର୍ମା ମଧ୍ୟ ଏହି ପାର୍ଟିରେ ଉପସ୍ଥିତ ଥିଲେ  । କହିବାକୁ ଗଲେ ଜନାଇ ଭୋସଲେ ଖୁବଶୀଘ୍ର ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ଫିଲ୍ମ ‘ଦ ପ୍ରାଇଡ୍ ଅଫ୍ ଭାରତ- ଛତ୍ରପତି ଶିବାଜୀ ମହାରାଜ’ରେ ସେ ରାଣୀ ସାଇ ଭୋଂସଲେଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ସେ ଜଣେ ଗାୟିକା ଏବଂ ନୃତ୍ୟଶିଳ୍ପୀ ମଧ୍ୟ।

Leave a Reply

Your email address will not be published. Required fields are marked *