ଗିରଫ ହେବେ ସୋନୁ ସୁଦ୍ ! ଆରେଷ୍ଟ ୱାରେଣ୍ଟଜାରି କରିଛନ୍ତି କୋର୍ଟ

ବଢିଲା ବଲିଉଡ୍ ସୁପରଷ୍ଟାର ତଥା ଗରିବଙ୍କ ମସିହା ଭାବେ ପରିଚିତ ସୋନୁ ସୁଦଙ୍କ ଅଡୁଆ । ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାତର ନହେବା ପରେ ଆଜି ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ ।
ଘଟଣା କ’ଣ?
ଏହି ମାମଲାଟି ଲୁଧିଆନାର ଓକିଲ ରାଜେଶ ଖାନ୍ନା ଦାୟର କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ତାଙ୍କୁ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଓକିଲ କହିଛନ୍ତି ଯେ ମୋହିତ ଶୁକ୍ଳା ତାଙ୍କୁ ଏକ ନକଲି ‘ରିଜିକା କଏନ୍’ରେ ନିବେଶ କରିବାକୁ କହି ପ୍ରତାରଣା କରିଥିଲେ ଏବଂ ସୋନୁ ସୁଦଙ୍କୁ ଏହି ମାମଲାରେ ସାକ୍ଷ୍ୟ ଦେବାର ଥିଲା ।
କୋର୍ଟ ଗିରଫ ପରୱାନା ଜାରି କଲେ
ତଥାପି, କୋର୍ଟ ଅନେକ ଥର ସମନ ପଠାଇବା ସତ୍ତ୍ୱେ, ଅଭିନେତା ସୋନୁ ସୁଦ ସେଗୁଡ଼ିକୁ ଅଣଦେଖା କରିଥିଲେ। ତେଣୁ ଏହା ଉପରେ କୋର୍ଟ ଏବେ ଗିରଫ ପରୱାନା ଜାରି କରିଛନ୍ତି । କୋର୍ଟ ଆଦେଶରେ କୁହାଯାଇଛି, “ସୋନୁ ସୁଦଙ୍କୁ ବିଧିବଦ୍ଧ ଭାବରେ ସମନ କିମ୍ବା ୱାରେଣ୍ଟ ଜାରି କରାଯାଇଛି କିନ୍ତୁ ସେ ହାଜର ହୋଇନାହାଁନ୍ତି । ତେଣୁ ସୋନୁ ସୁଦଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”