୨୦୩୦କମନୱେଲଥ୍ ଗେମ୍ସ ପାଇଁ ଭାରତର ବିଡ୍ ଦାଖଲକୁ ଅନୁମୋଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ ୨୦୩୦ କମନୱେଲଥ୍ ଗେମ୍ସ (ସିଡବ୍ଲ୍ୟୁଜି) ପାଇଁ ବିଡ୍ ଦାଖଲ କରିବା ପାଇଁ ଯୁବ କ୍ରୀଡା ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ସହିତ, ବିଡ୍ ଗ୍ରହଣ ହେଲେ ହୋଷ୍ଟ କୋଲାବୋରେସନ୍ ଏଗ୍ରିମେଣ୍ଟ (ଏଚ୍ସିଏ) ସହିତ ସମ୍ପର୍କିତ ମନ୍ତ୍ରଣାଳୟ, ବିଭାଗ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକୀୟ ଗ୍ୟାରେଣ୍ଟି ଏବଂ ଗୁଜରାଟ ସରକାରଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି।
୭୨ଟି ଦେଶରୁ ଆଥଲିଟ୍ମାନେ ଏହି କମନୱେଲଥ୍ ଗେମ୍ସରେ ଅଂଶଗ୍ରହଣ କରିବେ। ଏହି ଇଭେଣ୍ଟରେ ବହୁ ସଂଖ୍ୟାରେ ଆଥଲିଟ୍, କୋଚ୍, ଟେକ୍ନିକାଲ ଅଫିସର, ପର୍ଯ୍ୟଟକ, ମିଡିଆ କର୍ମୀ ପ୍ରଭୃତି ଭାରତ ଆସିବେ, ଯାହା ସ୍ଥାନୀୟ ବ୍ୟବସାୟୀଙ୍କୁ ଲାଭ ଦେବ ଏବଂ ରାଜସ୍ୱ ସୃଷ୍ଟି କରିବ।
ଅହମଦାବାଦ ଏକ ଆଦର୍ଶ ଆୟୋଜକ ସହର ଭାବେ ବିଶ୍ୱସ୍ତରୀୟ ଷ୍ଟାଡିୟମ୍, ଆଧୁନିକ ତାଲିମ ସୁବିଧା ଏବଂ ଉତ୍ସାହଜନକ କ୍ରୀଡା ସଂସ୍କୃତି ପ୍ରଦାନ କରୁଛି। ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ୨୦୨୩ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲ ସଫଳତାର ସହ ଆୟୋଜନ କରି ନିଜର ସାମର୍ଥ୍ୟ ପ୍ରମାଣ କରିସାରିଛି।
କ୍ରୀଡା ବ୍ୟତୀତ, ଭାରତରେ ସିଡବ୍ଲ୍ୟୁଜି ଆୟୋଜନ ଦୀର୍ଘସ୍ଥାୟୀ ପ୍ରଭାବ ଛାଡ଼ିବ, ଯାହା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ, ନିଯୁକ୍ତି ସୃଷ୍ଟି କରିବ ଏବଂ ଲକ୍ଷ ଲକ୍ଷ ଯୁବ ଆଥଲିଟ୍ଙ୍କୁ ପ୍ରେରଣା ଦେବ। ଏହା ସହିତ, ସ୍ପୋର୍ଟସ୍ ସାଇନ୍ସ, ଇଭେଣ୍ଟ ଅପରେସନ୍ ଓ ମ୍ୟାନେଜମେଣ୍ଟ, ଲଜିଷ୍ଟିକ୍ସ ଓ ଟ୍ରାନ୍ସପୋର୍ଟ, ବ୍ରଡ଼କାଷ୍ଟ ଓ ମିଡିଆ, ଆଇଟି ଓ ଯୋଗାଯୋଗ, ପବ୍ଲିକ ରିଲେସନ୍ ଆଦି କ୍ଷେତ୍ରରେ ବହୁ ପ୍ରଫେସନାଲଙ୍କୁ ସୁଯୋଗ ମିଳିବ।
