ଏହି ସବୁ କଥା କହି ବିଜେପି ବିରୋଧରେ ଭୋଟ ମାଗିବ ଆପ!

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ଶାଲିମାର ବାଗରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଗୋଟିଏ ଦିନରେ ସେ କରିଥିବା ତିନୋଟି ସାଧାରଣ ସଭା ମଧ୍ୟରୁ ଏହା ଦ୍ୱିତୀୟ ସଭା ଥିଲା, ଯେଉଁଥିରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା । ନିଜ ଭାଷଣରେ ସେ ଦିଲ୍ଲୀର ବିକାଶ ମୂଳକ କାର୍ଯ୍ୟ ଏବଂ ବିଜେପିର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ନିଜ ସରକାରର ଢୋଲ ପିଟି

ବିଜୁଳି ସ୍ଥିତି, ଶିକ୍ଷା ପ୍ରସଙ୍ଗ, ମୋହଲ୍ଲା କ୍ଲିନିକ, ଜଳ ଯୋଗାଣ, ମାଗଣା ବସ୍ ଯାତ୍ରା ଓ ମହିଳାଙ୍କ ପାଇଁ ଯୋଜନା ବାବଦରେ କହିଛନ୍ତି କେଜ୍ରିଓ୍ବାଲ ।

. ବିଜୁଳି ସ୍ଥିତି

କେଜ୍ରିଓ୍ଵାଲ କହିଛନ୍ତି ଯେ ଦିଲ୍ଲୀରେ ବର୍ତ୍ତମାନ ବିଜୁଳି ଯୋଗାଣରେ ଉନ୍ନତି ଘଟିଛି ଏବଂ ଲୋକମାନେ ଜେନେରେଟର ବ୍ୟବହାର କରୁ ନାହାନ୍ତି। କଂଗ୍ରେସ ସରକାର ସମୟରେ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ ହେଉଥିବା ବେଳେ ଆଜି ଦିଲ୍ଲୀରେ ସବୁଠାରୁ ଶସ୍ତା ବିଜୁଳି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ଲୋକମାନେ ବିଜେପିକୁ ସମର୍ଥନ କରନ୍ତି, ତେବେ ପୁଣି ଥରେ ବିଜୁଳି କାଟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

. ଶିକ୍ଷା ପ୍ରସଙ୍ଗ

ସରକାରୀ ସ୍କୁଲରେ ଫି’ ଆଦାୟ କରିବାକୁ ବିଜେପିର ଯୋଜନାକୁ କେଜ୍ରିୱାଲ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ନେତାମାନେ ଖୋଲାଖୋଲି ଭାବେ ଘୋଷଣା କରୁଛନ୍ତି ଯେ ସେମାନେ ସରକାରୀ ବିଦ୍ୟାଳୟରେ ଫି ଆଦାୟ କରିବେ, ଯାହା ଗରିବଙ୍କ ପିଲାଙ୍କ ପାଇଁ କ୍ଷତିକାରକ ହେବ। ସେ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂସ୍କାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଠାରେ ଶିକ୍ଷାର ଗୁଣବତ୍ତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି।

. ମୋହଲ୍ଲା କ୍ଲିନିକ

ଅରବିନ୍ଦ କେଜ୍ରିୱାଲ ମୋହଲ୍ଲା କ୍ଲିନିକ୍ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ୮ଟି ମୋହଲ୍ଲା କ୍ଲିନିକ୍ ପ୍ରତିଷ୍ଠା କରିଛନ୍ତି ତାଙ୍କ ସରକାର । ଯେଉଁଠାରେ ଚିକିତ୍ସା ଏବଂ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା। ବିଜେପି କ୍ଷମତାକୁ ଆସିଲେ ଏହି ମୋହଲ୍ଲା କ୍ଲିନିକଗୁଡ଼ିକୁ ବନ୍ଦ କରିଦେବ, ଯାହା ଗରିବଙ୍କ ପାଇଁ ବିପଜ୍ଜନକ ହେବ ବୋଲି ସେ ଅଭିଯୋଗ କରିଛନ୍ତି।

. ପାଣି ଯୋଗାଣ

ପାଣି ବିଲକୁ ନେଇ କେଜ୍ରିୱାଲ ତାଙ୍କ ସରକାରଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ସେ ଦିଲ୍ଲୀବାସୀଙ୍କୁ ମାଗଣା ରେ ପାଣି ଯୋଗାଇଦେବା ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରିଥିଲେ, କିନ୍ତୁ ବିଜେପି ତାଙ୍କୁ ମିଥ୍ୟା ମାମଲା କରି ଜେଲ ପଠାଇଦେଇଥିଲା। ନିର୍ବାଚନ ପରେ ଯେଉଁମାନଙ୍କ ବିଲ୍ ଭୁଲ୍ ଥିଲା ସେମାନଙ୍କୁ କ୍ଷମା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

. ମାଗଣା ବସ୍ ଯାତ୍ରା ଓ ମହିଳାଙ୍କ ପାଇଁ ଯୋଜନା

କେଜ୍ରିୱାଲ ମାଗଣା ବସ୍ ଯାତ୍ରା ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହା ଦିଲ୍ଲୀ ବାସିନ୍ଦାଙ୍କୁ ୨,୦୦୦ରୁ ୪,୦୦୦ ଟଙ୍କା ସଞ୍ଚୟ କରିବ। ଏହାବ୍ୟତୀତ ସେ ମହିଳାମାନଙ୍କ ପାଇଁ ୨୧୦୦ ଟଙ୍କାର ଏକ ଯୋଜନା ଘୋଷଣା କରିଛନ୍ତି, ଯାହା ସେମାନେ ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ପାଇବେ ।

. ସଞ୍ଜୀବନୀ ଯୋଜନା

କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ସରକାର ୬୦ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବେ, ସେମାନେ ସରକାରୀ ଡାକ୍ତରଖାନାକୁ ଯାଆନ୍ତୁ କିମ୍ବା ଘରୋଇ ଡାକ୍ତରଖାନାକୁ ଯାଆନ୍ତୁ। ବୟସ୍କଙ୍କ ପାଇଁ ଏହି ଯୋଜନା ଏକ ବଡ଼ ଆଶ୍ୱସ୍ତି ସାବ୍ୟସ୍ତ ହେବ।

. ବିଜେପି ଉପରେ କଡା ସମାଲୋଚନା

କେଜ୍ରିଓ୍ଵାଲ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ୧୦ ବର୍ଷର ଶାସନ କାଳରେ ବିଜେପି କେବଳ ତାଙ୍କୁ ଗାଳି ଗୁଲଜ କରିଛି। ସେ ‘ଆତଙ୍କବାଦୀ, ପାକିସ୍ତାନୀ ଏଜେଣ୍ଟ ଏବଂ ରାକ୍ଷସ’ କୁହାଯାଉଥିବା ଦୁର୍ବ୍ୟବହାରର ଏକ ତାଲିକା ମଧ୍ୟ ଉପସ୍ଥାପନ କରିଥିଲେ।

. ବସ୍ତିବାସିନ୍ଦାଙ୍କ ପାଇଁ ବିଜେପିର ନୀତି

କେଜ୍ରିୱାଲ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଜେପି ୧୦ ବର୍ଷ ଧରି ବସ୍ତିବାସିନ୍ଦାଙ୍କୁ ଅଣଦେଖା କରିଛି ଏବଂ ବର୍ତ୍ତମାନ ନିର୍ବାଚନୀ ରାଲି ସମୟରେ ସେମାନଙ୍କ ସହିତ ଫଟୋ ଉଠାଇବାକୁ ଚେଷ୍ଟା କରୁଛି। ବିଜେପି କ୍ଷମତାକୁ ଆସିଲେ ଏହି ବସ୍ତିଗୁଡ଼ିକୁ ଭାଙ୍ଗି ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

. ଅର୍ଥନୀତି ଏବଂ ଆର୍ଥିକ ବ୍ୟବସ୍ଥା

ଶେଷରେ କେଜ୍ରିଓ୍ଵାଲ କହିଛନ୍ତି ଯେ ସେ ଜଣେ ବ୍ୟବସାୟୀଙ୍କ ପୁଅ ଏବଂ ଆର୍ଥିକ କ୍ଷେତ୍ରରେ ଭଲ ଜ୍ଞାନ ରଖିଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ଅଛି ଏବଂ ସେମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ପାଇଁ କୌଣସି ଅତିରିକ୍ତ ପାଣ୍ଠିର ଆବଶ୍ୟକତା ନାହିଁ ।

ଅରବିନ୍ଦ କେଜ୍ରିୱାଲ ଶାଲିମାର ବାଗରେ ତାଙ୍କ ଭାଷଣରେ ଦିଲ୍ଲୀର ବିକାଶ କାର୍ଯ୍ୟ ଏବଂ ଯୋଜନାକୁ ପ୍ରଶଂସା କରିଥିଲେ। ବିଜେପିର ନୀତି ଓ କାର୍ଯ୍ୟକୁ କଡ଼ା ସମାଲୋଚନା କରିବା ସହ ଆଗାମୀ ନିର୍ବାଚନରେ ସଠିକ ନିଷ୍ପତ୍ତି ନେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। କେଜ୍ରିୱାଲ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ସରକାର ଗରିବ ଏବଂ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବ ଏବଂ ଦିଲ୍ଲୀର ବିକାଶ ଏହି ଦିଗରେ ଜାରି ରହିବ ।

Leave a Reply

Your email address will not be published. Required fields are marked *