ଭଡ଼ା ଘରେ ରହିବେ ଅମୀର! ନୂଆ ଘର ପାଇଁ ଦେବେ ଏତେ ଲକ୍ଷ ମାସିକ ଭଡ଼ା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମୀର ଖାନ ନିଜର ସ୍ୱତନ୍ତ୍ର ଅଭିନୟ କୌଶଳ ପାଇଁ ଅନେକ ଲୋକଙ୍କ ହୃଦୟରେ ରାଜ କରନ୍ତି | ଏମିତି ଅନେକ ଫିଲ୍ମ ଅଛି ଯାହା ଅମୀରଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି | କିଛି ବର୍ଷ ବ୍ୟବଧାନରେ ଅମୀରଙ୍କ ଫିଲ୍ମ ପରଦାକୁ ଆସୁଥିବାବେଳେ ପ୍ରଶଂସକ ଏହାକୁ ଅନାଇ ବସିଥାନ୍ତି | ତେବେ ଅମୀର ଏବେ ନିଜ ବିଳାସପୂର୍ଣ୍ଣ ଘର ଛାଡ଼ି ଏବେ ଭଡ଼ା ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇର ବାନ୍ଦ୍ରା ପଶ୍ଚିମରେ ଥିବା ପାଲି ହିଲରେ ସେ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡ଼ା ନେଇଛନ୍ତି, ଯାହାର ମାସିକ ଭଡ଼ା ୨୪.୫ ଲକ୍ଷ ଟଙ୍କା। ଖବର ଅନୁଯାୟୀ, ଆମୀର ରହୁଥିବା ଭିର୍ଗୋ ହାଉସିଂ ସୋସାଇଟିରେ ବର୍ତ୍ତମାନ ପୁନଃବିକାଶ କାର୍ଯ୍ୟ ଚାଲିଛି, ଯେଉଁଥିପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଆମୀର ପ୍ରାୟ ୫ ବର୍ଷ ପାଇଁ ଏହି ଭଡ଼ା ଘରେ ରହିବେ। ଏଥିପାଇଁ ମେ’ ୨୦୨୫ରୁ ମେ’ ୨୦୩୦ ପର୍ଯ୍ୟନ୍ତ ଏକ ପାଞ୍ଚ ବର୍ଷିଆ ଲିଜ୍ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି, ଯେଉଁଥିରେ ୪୫ ମାସର ଲକ୍-ଇନ୍ ଅବଧି ରହିଛି। ଚୁକ୍ତି ଅନୁଯାୟୀ, ୧.୪୬ କୋଟି ଟଙ୍କାରୁ ଅଧିକ ସିକ୍ୟୁରିଟି ଡିପୋଜିଟ୍, ୪ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଏବଂ ୨ ହଜାର ଟଙ୍କା ପଞ୍ଜୀକରଣ ଫି’ ଅନ୍ତର୍ଭୁକ୍ତ। ଏହା ସହିତ, ପ୍ରତିବର୍ଷ ଭଡ଼ାରେ ୫ ପ୍ରତିଶତ ବୃଦ୍ଧି ହେବ |

Leave a Reply

Your email address will not be published. Required fields are marked *