ଥାନାରେ ହାଜର ହେଲେ ଅଲ୍ଲୁ ଅର୍ଜୁନ

ଚିକଡପଲ୍ଲୀ ଥାନାରେ ହାଜର ହେଲେ ପୁଷ୍ପା-୨ ଷ୍ଟାର ଅଲ୍ଲୁ ଅର୍ଜୁନ। ସଂଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ପୋଲିସ ତାଙ୍କୁ ପଚରାଉଚରା କରିବ। ଏନେଇ ଗତକାଲି ହାଜର ପାଇଁ ତାଙ୍କୁ ସମନ କରାଯାଇଥିଲା ।

ପ୍ରକାଶ ଯେ, ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ପ୍ରିମୟମ୍ ସମୟରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା ଅନୁସାରେ ଅଲ୍ଲୁ ଅର୍ଜୁନ, ସିକ୍ୟୁରିଟି ଟିମ ଓ ସନ୍ଧ୍ୟା ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗତ ଡିସେମ୍ବର ୧୩ରେ ଅଲ୍ଲୁଙ୍କୁ ଗିରଫ କରିଥିଲା ପୋଲିସ। ପରଦିନ ସେ ଜାମିନରେ ଆସିଥିଲେ। ଗତ ୨୨ ତାରିଖରେ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିଲେ ଓସମାନିଆ ବିଶ୍ବବିଦ୍ୟାଳୟ ଛାତ୍ର। ଏହି ଘଟଣାର ୬ ଜଣ ହୋଇଥିଲେ ଗିରଫ।

Leave a Reply

Your email address will not be published. Required fields are marked *