ଗିରଫ ହେଲେ ପୁଷ୍ପା

‘ପୁଷ୍ପା-୨’ ଫେମ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ । ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହି ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।ପ୍ରକାଶ ଯେ, ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୁଲିସକୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। କିନ୍ତୁ ଥିଏଟର କର୍ତ୍ତୃପକ୍ଷ ଅଲ୍ଲୁ ଅର୍ଜୁନ ଆସୁଥିବା କଥା ଜାଣିଥିଲେ। ଯଦି ପୁଲିସ ଜାଣିଥା’ନ୍ତା,ତା’ହେଲେ ଅଲ୍ଲୁ ଅର୍ଜୁନ ଆସିବା ପୂର୍ବରୁ ଅଧିକ ଫୋର୍ସ ମୁତୟନ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଉତ୍ତମ କରିପାରିଥା’ନ୍ତା। ସେହିଭଳି ଦର୍ଶକଙ୍କ ପାଇଁ ପୃଥକ ପୃଥକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରର ବ୍ୟବସ୍ଥା ନଥିଲା। ଯେହେତୁ ବହୁ ସଂଖ୍ୟାରେ ଲୋକ ଥିଏଟରରେ ପହଞ୍ଚିଥିଲେ ଓ ସେହି ତୁଳନାରେ ସୁରକ୍ଷା ବ୍ୟବସ୍ଥାହୋଇ ନଥିଲା,ତେଣୁ ଦଳା ଚକଟା ହୋଇଥିଲା।