ସୈଫଙ୍କ ପୁଅକୁ ବନ୍ଧକ ରଖି ଏକ କୋଟି ଟଙ୍କା ଦାବି କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ୍ ଶାହଜାଦକୁ ନେଇ ପ୍ରତିଦିନ ଅନେକ ଖୁଲାସା ହେଉଛି। ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀ ସରିଫୁଲ ସୈଫଙ୍କ ପୁଅ ଜାହାଙ୍ଗୀରଙ୍କୁ ବନ୍ଧକ ରଖି ଟଙ୍କା ମାଗିବାକୁ ଯୋଜନା କରୁଥିଲା। ଅଭିଯୁକ୍ତର ଉଦ୍ଦେଶ୍ୟ ଥିଲା ୧ କୋଟି ଟଙ୍କା ନେଇ ସବୁଦିନ ପାଇଁ ବାଂଲାଦେଶ ଫେରିବା।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ବାଂଲାଦେଶ ଫେରିବା ପାଇଁ ନକଲି ପାସପୋର୍ଟ ଆବଶ୍ୟକ କରୁଥିଲା ଏବଂ ଏଥିପାଇଁ ଟଙ୍କା ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ସହ ଜଡ଼ିତ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି।

ଆକ୍ରମଣକାରୀ ସୈଫଙ୍କ ଚାକରାଣୀ ଲିମା ଫିଲିପ୍ସଙ୍କ ଠାରୁ ୧ କୋଟି ଟଙ୍କା ମାଗିଥିଲେ, କିନ୍ତୁ ଲିମା ମନା କରିବାରୁ ଅଭିଯୁକ୍ତ ଓ ଲିମାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ଏପରି କରିବା ସମୟରେ ଘରର ସମସ୍ତ ଲୋକ ଉଠି ପଡ଼ିଥିଲେ । ଏହାପରେ ଅଭିଯୁକ୍ତ ଭୟଭୀତ ହୋଇ ଖସି ଯିବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ପ୍ରଥମେ ଲିମାଙ୍କୁ ଆକ୍ରମଣ କରିଥିଲେ ଏବଂ ସୈଫ ଅଲ୍ଲୀ ଖାନ୍ ହସ୍ତକ୍ଷେପ କରିବାକୁ ଆସିବା ପରେ ଅଭିଯୁକ୍ତ ପ୍ରଥମେ ତାଙ୍କ ବେକରେ ଏବଂ ପରେ ତାଙ୍କ ପିଠିରେ ଛୁରା ମାରି ଆକ୍ରମଣ କରିଥିଲା।

ସୈଫଙ୍କ ଅଭିଯୁକ୍ତଙ୍କ ସହ ଜଡିତ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଆକ୍ରମଣକାରୀ ସରିଫୁଲ ବାଂଲାଦେଶର ଜଣେ କୁସ୍ତିଯୋଦ୍ଧା। ପିଲାଟି ଦିନରୁ ସେ ନିଜ ଅଞ୍ଚଳରେ କୁସ୍ତି ଖେଳୁଥିଲା। ସେ ସ୍ଥାନୀୟ ସ୍ତରରେ କେତେକ କୁସ୍ତି ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲା। ସେଥିପାଇଁ ତା ଶରୀର ସମ୍ପୂର୍ଣ୍ଣ ଫିଟ୍ ଥିଲା। ସରିଫୁଲ ବାଂଲାଦେଶର ବାସିନ୍ଦା। ଗତକାଲି ମୁମ୍ବାଇ ପୁଲିସ ଥାନେରୁ ଗିରଫ କରିଛି।

ଏହି ମାମଲାରେ ମୁମ୍ବାଇ ପୁଲିସ ଆଜି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିବ। ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଦୃଷ୍ଟିକୋଣରୁ ମଧ୍ୟ ପୁଲିସ ଏହି ମାମଲାର ତଦନ୍ତ କରିବ। ଗତକାଲି ଅଭିଯୁକ୍ତକୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା। ଏହାପରେ ୫ ଦିନିଆ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *