ଏଲ୍‌ପିଜି ଓ ସିଏନ୍‌ଜି ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା; ଜଳିଗଲେ ୫ଜଣ

ରାଜସ୍ଥାନ ଜୟପୁରର ଭାନ୍‌କ୍ରୋଟା ଅଞ୍ଚଳରେ ଏଲ୍‌ପିଜି ଓ ସିଏନ୍‌ଜି ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଯୋଗୁ ଏକ ବଡ଼ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୩୦ରୁ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଜାତୀୟ ରାଜପଥରେ ଟ୍ରକ୍ ୟୁଟର୍ଣ୍ଣ ନେବା ବେଳେ ଦୁର୍ଘଟଣା ଘଟିଥିଲା । ଫଳରେ ଟ୍ରକ୍ ପଛରେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ଟି ଜଳିଯାଇଛି । ତୁରନ୍ତ ବସ୍‌ରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହା ସହ ରାସ୍ତାରେ ଆସୁଥିବା ଗୋଟିଏ ପରେ ଗୋଟିଏ ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା । ପାଖାପାଖି ୪୦ଟି ଗାଡ଼ି ଜଳିଯାଇଥିବା ଜଣାପଡ଼ିଛି । ୨୦୦ରୁ ୩୦୦ ମିଟର ଦୂର ପର୍ଯ୍ୟନ୍ତ ବ୍ୟାପିଛି ନିଆଁ । ଘଟଣାସ୍ଥଳରେ ଏକାଧିକ ଦମକଳଗାଡ଼ି ପହଞ୍ଚିଛି । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି । ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *