ଏଣିକି ଭଡ଼ାରେ ଲାଗିବ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ କୋଠା

ଏଣିକି ଭଡ଼ାରେ ଲାଗିବ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବା ସରକାରୀ କୋଠା । ଖୋଲିବ ଦୋକାନ, କାଫେ ଓ ବ୍ୟବସାୟୀକ ପ୍ରତିଷ୍ଠାନ। ଏନେଇ ରାଜ୍ୟରେ ସରକାରୀ ଜମି ଓ ଘର ବା କୌଣସି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ ସମ୍ପତ୍ତିକୁ ବ୍ୟବହାର ଉପଯୋଗୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଦେଇଛନ୍ତି ୧୧ଟି ବିଭାଗକୁ ଚିଠି ।
ଏନେଇ ଗୃହ ବିପଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।ଗତ ୫ ତାରିଖ ଗୃହ ବିଭାଗର ଚିଠି ନମ୍ବର ୪୫୫୭୬ ରେ ଯୁଗ୍ମ ସଚିବଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରେ ୧୧ଟି ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଚିଠି ଜରିଆରେ ଅବଗତ କରଯାଇଛି । ଯେଉଁଥିରେ ପୋଲିସ ବିଭାଗ ମୁଖ୍ୟ ଡିଜି, ଆଇଜି, ଚିଫ ଇଲେକ୍ସନ କମିଶନ ଓ ଅଗ୍ନିଶମ ପରି ବିଭାଗ ରହିଛି । ମୁଖ୍ୟ ଶାସନ ସଚିବ ଏନେଇ ପୂର୍ବରୁ ଅଲୋଚନା କରିଥିବା ନିଷ୍ପତ୍ତି ଆଧାରରେ ଯେଉଁଠି ସରକାରୀ ଜମି କାର୍ୟ୍ୟକ୍ଷମ ହୋଇନାହିଁ ବା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଅଥବା ବଡବଡ ମାର୍କେଟ କମ୍ପ୍ଲେକ୍ସ ବା କୌଣସି ସେଭଳି ସରକାରୀ ସମ୍ପତ୍ତି ଥିବା ସ୍ଥାନରେ ବ୍ୟବସାୟୀ କରଣ କଲା ଭଳି ଉପଯୋଗୀ ସ୍ଥାନକୁ ଚିହ୍ନଟ କରି ସେସବୁର ରିପୋର୍ଟ ଦେବାକୁ ବିଭାଗ ମୁଖ୍ୟଙ୍କୁ କୁହାଯାଇଛି।