ଯୁବତୀଙ୍କ ସହ ପ୍ରେମ ବ୍ୟାପାର କରି ଫସିଲେ ପୋଲିସ ବାବୁ

ଥାନା ପରିସରରେ ଯୁବତୀଙ୍କ ସହ ପ୍ରେମ ବ୍ୟାପାର କରି ଫସିଲେ ପୋଲିସ ବାବୁ । ଅସଞ୍ଜତ ଅବସ୍ଥାରେ ଧରିଲେ ପତ୍ନୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କନ୍ଧମାଳ କୋଟଗଡ଼ ଥାନାର ଫାଣ୍ଡି ଅଧିକାରୀଙ୍କ ବିରୋଧରେ । ଅବସରର ମାତ୍ର ୨ ମାସ ପୂର୍ବରୁ ୧୯ ବର୍ଷୀୟ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଥିଲେ ବାବୁ ଜଣଙ୍କ ।
୩ ମାସ ଧରି ଫୋନରେ କଥା ହେବା ପରେ ଆରମ୍ଭ ହୋଇଯାଇଥିଲା ଶାରୀରିକ ସମ୍ପର୍କ । ଥାନା ପରିସରରେ ହିଁ ଚାଲିଥିଲା ଅନୈତିକ କାମ ।

ତଳେ ଚାଲୁଥିଲା ଥାନା, ଉପରେ ଏକ କୋଠୋରୀ ଚାଲୁଥିଲା ରାସଲୀଳା । ତେବେ ସ୍ୱାମୀଙ୍କ ଏଭଳି କାରନାମା ବିଷୟରେ ଜାଣିପାରିଥିଲେ ଫାଣ୍ଡି ଅଧିକାରୀଙ୍କ ପତ୍ନୀ । ଆଉ ସ୍ୱାମୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନ୍ୟାୟ ଦାବିରେ ସେହି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଫାଣ୍ଡି ଅଧିକାରୀଙ୍କ ପତ୍ନୀ

Leave a Reply

Your email address will not be published. Required fields are marked *