ଚଳନ୍ତା ବସରୁ ନବଜାତ ଶିଶୁକୁ ଫିଙ୍ଗି ଦେଲେ ଦମ୍ପତି

ମହାରାଷ୍ଟ୍ର :ପାରଭାନୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଏକ ୧୯ ବର୍ଷୀୟ ଯୁବତୀ ଏକ ଚଳନ୍ତା ସ୍ଲୀପ୍ପର ବାସରୁ ଏକ ଶିଶୁକୁ ଫିଙ୍ଗିଦେଇଛନ୍ତି | ତେବେ ଯୁବତୀଙ୍କ ସହ ଥିବା ୨୧ ବର୍ଷୀୟ ଯୁବକ ନିଜକୁ ତାଙ୍କର ସ୍ୱାମୀ ବୋଲି ଦାବି କରିଛନ୍ତି | ଅନ୍ୟପଟେ ଶିଶୁଟିର ମୃତ୍ୟୁ ଘଟିଛି |

ଅଭିଯୁକ୍ତ ରୀତିକା ଢ଼େରେ ଏବଂ ଆଲତାଫ ସେଖ ବୋଲି ଚିହ୍ନଟ ହୋଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି | ପୁଲିସ୍‌ ଅନୁଯାୟୀ, ରିତିକା ଯାତ୍ରା ସମୟରେ ପ୍ରସବ ବେଦନା ଅନୁଭବ କରିଥିଲେ ଏବଂ ବସ୍‌ ଭିତରେ ଶିଶୁଟିକୁ ଜନ୍ମ ଦେଇଥିଲେ। କିନ୍ତୁ ଏହା ପରେ ସେମାନେ ଶିଶୁଟିକୁ ଝରକା ଦେଇ ଫିଙ୍ଗି ଦେଇଥିଲେ।

ବସ୍‌ ଚାଳକ ଝରକାରୁ କିଛି ଫିଙ୍ଗାଯାଇଥିବା ଦେଖି ପଚାରିବାରୁ ଅଲତାଫ କହିଥିଲେ ଯେ ତାଙ୍କ ସ୍ତ୍ରୀ ଯାତ୍ରା ଯୋଗୁଁ ଅସୁସ୍ଥ ହୋଇ ବାନ୍ତି କରିଥିଲେ କିନ୍ତୁ ଏକ ବ୍ୟକ୍ତି ରାସ୍ତାରେ କପଡ଼ାରେ ଗୁଡ଼ାଯାଇଥିବା ବସ୍ତୁ ଦେଖି ୧୧୨ ଏମରଜେନ୍ସି ହେଲ୍ପଲାଇନ ମାଧ୍ୟମରେ ପୁଲିସ୍‌କୁ ସୂଚନା ଦେଇଥିଲେ। ପାଟ୍ରୋଲିଂ କରୁଥିବା ପୁଲିସ୍‌ ଟିମ୍‌ ବସ୍‌କୁ ଅଟକାଇ ପ୍ରାଥମିକ ତଦନ୍ତ ପରେ ରିତିକା ଓ ଅଲତାଫଙ୍କୁ ଗିରଫ କରିଥିଲେ।

ଅଭିଯୁକ୍ତ ଦମ୍ପତି କହିଛନ୍ତି ଯେ ସେମାନେ ଶିଶୁକୁ ପାଳନ କରିବାପାଇଁ ଅସମର୍ଥ ଥିଲେ, ତେଣୁ ଏଭଳି ପଦକ୍ଷେପ ନେଇଥିଲେ। ପୁଲିସ୍‌ ଅନୁଯାୟୀ, ରିତିକା ଓ ଅଲତାଫ ଉଭୟେ ପରଭଣୀର ବାସିନ୍ଦା ଏବଂ ଗତ ଦେଢ଼ ବର୍ଷ ଧରି ପୁଣେରେ ରହୁଥିଲେ। ସେମାନେ ନିଜକୁ ଦମ୍ପତି ବୋଲି ଦାବି କରୁଥିଲେ, କିନ୍ତୁ ବିବାହ ସମ୍ପର୍କିତ କୌଣସି ଦଲିଲ ପ୍ରଦାନ କରିପାରି ନାହାନ୍ତି। ଗିରଫ ପରେ ରିତିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *