ଚନ୍ଦ୍ରରେ ଏକ ନୂଆ ଅଧ୍ୟାୟ: ନିର୍ମାଣ ହେଉଛି ପରମାଣୁ ଶକ୍ତି କେନ୍ଦ୍ର

ୱାସିଂଟନ: ଏକ ସମୟରେ ଚନ୍ଦ୍ରରେ ପହଞ୍ଚିବା ଓ ପାଦଚିହ୍ନ ରଖିବା ଥିଲା ବଡ଼ କଥା। କିନ୍ତୁ ଏବେ ଚନ୍ଦ୍ର ଅଭିଯାନରେ ନୂଆ ଲକ୍ଷ୍ୟ ହେଉଛି ସେଠାରେ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ। ଚୀନ୍ ଘୋଷଣା କରିଛି ଯେ ସେ ୨୦୨୫ ଏପ୍ରିଲ ସୁଦ୍ଧା ଚନ୍ଦ୍ରରେ ଏକ ପରମାଣୁ ଶକ୍ତି କେନ୍ଦ୍ର ତିଆରି କରିଥିଲା । ଅନ୍ୟପଟେ, ଆମେରିକାର ମହାକାଶ ସଂସ୍ଥା ନାସା ମଧ୍ୟ କହିଛି ଯେ ୨୦୩୦ ସୁଦ୍ଧା ସେମାନେ ଚନ୍ଦ୍ରରେ ଏକ ରିଆକ୍ଟର ଚାଲୁ କରିବେ।

ଏହା କୌଣସି ନୂଆ ଖବର ନୁହେଁ। ନାସା ଓ ଆମେରିକାର ଶକ୍ତି ବିଭାଗ ବର୍ଷ ବର୍ଷ ଧରି ଚନ୍ଦ୍ରରେ ଖଣି, ଗବେଷଣା ଓ ଲୋକଙ୍କ ରହିବା ପାଇଁ ଛୋଟ ପରମାଣୁ ଶକ୍ତି ପ୍ରଣାଳୀ ତିଆରି ଉପରେ କାମ କରୁଛନ୍ତି। ଚନ୍ଦ୍ରରେ ପରମାଣୁ ରିଆକ୍ଟର ନିର୍ମାଣ ଶୁଣିବାକୁ ବଡ଼ କଥା ଲାଗୁଥିଲେ ମଧ୍ୟ ଏହା କିଛି ଅଜଣା କିମ୍ବା ନିଷିଦ୍ଧ ନୁହେଁ। ଯଦି ଏହାକୁ ସଠିକ୍ ଭାବେ କରାଯାଏ, ତେବେ ଏହା ଚନ୍ଦ୍ରରେ ଗବେଷଣା, ଅର୍ଥନୀତିର ଉନ୍ନତି ଓ ମହାକାଶ ଅଭିଯାନରେ ନୂଆ ଜ୍ଞାନ ଆଣିପାରେ।

ମହାକାଶରେ ପରମାଣୁ ଶକ୍ତି ବ୍ୟବହାର ନୂଆ ନୁହେଁ। ୧୯୬୦ ମସିହାରୁ ଆମେରିକା ଓ ପୂର୍ବତନ ସୋଭିଏତ ୟୁନିୟନ ରେଡିଓ ଆଇସୋଟୋପ ଜେନେରେଟର ବ୍ୟବହାର କରି ଉପଗ୍ରହ, ମଙ୍ଗଳ ରୋଭର ଓ ଭୋଏଜର ପ୍ରୋବକୁ ଶକ୍ତି ଯୋଗାଇଛନ୍ତି। ଜାତିସଂଘର ୧୯୯୨ ନୀତି ଅନୁସାରେ, ଯେଉଁଠାରେ ସୌରଶକ୍ତି କାମ ଦିଏ ନାହିଁ, ସେଠାରେ ପରମାଣୁ ଶକ୍ତି ବ୍ୟବହାର କରାଯାଇପାରେ। ୧୯୬୭ର ବାହ୍ୟ ମହାକାଶ ଚୁକ୍ତି ମହାକାଶ କାର୍ଯ୍ୟକୁ ନିୟନ୍ତ୍ରଣ କରେ, ଯେଉଁଥିରେ କୁହାଯାଇଛି ଯେ କୌଣସି ଦେଶ ଚନ୍ଦ୍ରରେ ମାଲିକାନା ଦାବି କରିପାରିବେ ନାହିଁ। ତେଣୁ ଚନ୍ଦ୍ରରେ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ ଅନ୍ତର୍ଜାତୀୟ ନିୟମ ଭାଙ୍ଗେ ନାହିଁ।

ଚନ୍ଦ୍ରରେ ଭିତ୍ତିଭୂମି ତିଆରି କରିବା ବୈଜ୍ଞାନିକ ଓ ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ସହିତ କିଛି ଚିନ୍ତା ମଧ୍ୟ ଜଡ଼ିତ। ପରମାଣୁ ରିଆକ୍ଟରରୁ ବିକିରଣ ବିପଦ ହୋଇପାରେ, ଯଦିଓ ଏହା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ତେବେ ଜାତିସଂଘର କଠୋର ସୁରକ୍ଷା ନିୟମ ଅନୁସରଣ କଲେ ଏହି ବିପଦ କମାଯାଇପାରେ।

Leave a Reply

Your email address will not be published. Required fields are marked *